ଅଶୀଲ୍ଲ ଫିଲ୍ମ ନିର୍ମାଣ ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ

ମୁମ୍ବାଇ, ଜୁଲାଇ ୨୦ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ କ୍ରାଇମ ବ୍ରାଂଚ ସୋମବାର ଗିରଫ କରିଛି । ରାଜ୍ କୁନ୍ଦ୍ରାଙ୍କ ଉପରେ ଅଶ୍ଲୀଳ ଫିଲ୍ମ ନିର୍ମାଣ ଓ ଏଗୁଡ଼ିକ କିଛି ଆପ୍‌ସ ମାଧ୍ୟମରେ ଦେଖାଯିବା ନେଇ ଅଭିଯୋଗ ଥିଲା । କ୍ରାଇମ୍ ବ୍ରାଂଚ ଜାତୀୟ ଗଣମାଧ୍ୟମକୁ କହିଛି ଯେ, ୨୦୨୧ ଫେବ୍ରୁଆରୀରେ କ୍ରାଇମ୍ ବ୍ରାଂଚ ମୁମ୍ବାଇରେ ଅଶ୍ଲୀଳ ଫିଳ୍ମ ନିର୍ମାଣ ଓ ଏହା କିଛି ଆପ୍‌ସରେ ଦେଖାଯିବା ନେଇ ଏକ ମାମଲା ରୁଜୁ କରାଯାଇଥିଲା । କ୍ରାଇମ୍ ବ୍ରାଂଚ କହିଛି ଯେ, ଏହି ମାମଲାରେ ସୋମବାର ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି । କାରଣ ସେ ଏହି ମାମଲାର ମୁଖ୍ୟ ନାୟକ ଭଳି ଲାଗୁଛି । ଏହାକୁ ନେଇ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପ୍ରମାଣ ରହିଛି ବୋଲି କ୍ରାଇମ୍ ବ୍ରାଂଚ କହିଛି । ଏନେଇ ଘଟଣାର ତଦନ୍ତ ଜାରି ରହିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୋଲିସ ଗତ ସପ୍ତାହରେ ୨ଟି ମାମଲା ରୁଜୁ କରିଥିଲା ଏବଂ ୯ ଜଣଙ୍କୁ କଥିତ ଭାବେ ଅଭିନେତାଙ୍କୁ ଅଶ୍ଲୀଳ ଫିଲ୍ମ ପାଇଁ ନଗ୍ନ ଦୃଶ୍ୟ ସୁଟିଂ କରିବାକୁ ବାଧ୍ୟ କରାଯିବା ଅଭିଯୋଗରେ ଗିରଫ କରାଯାଇଥିଲା । ରିପୋର୍ଟ ଅନୁସାରେ ଏହି ଫିଲ୍ମକୁ ପେଡ ମୋବାଇଲ ଆପ୍ଲିକେଶନ ଜରିଆରେ ରିଲିଜ କରାଯାଇଥିଲା । ତେବେ ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ଖୁଲାସା ହେବ ବୋଲି ଆଶା କରାଯାଉଛି । 

Leave A Reply

Your email address will not be published.