ମନମୁଣ୍ଡ। ଡାକ୍ତର ଖାନା ର ଦୁର୍ନୀତି ଚରମ ସୀମାରେ

ଓଡ଼ିଶା ସମାଚାର (ମିନତୀ ବଳ) : ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୁର୍ନୀତି ଦିନକୁ ଦିନ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି |କେବେ ଭିଡିଓ ଭାଇରଲ ତ କେବେ ଭୁଲ ତଥ୍ୟ ପ୍ରଦାନ ରେ ସ୍ଥାନୀୟ ଲୋକଙ୍କୁ ବିଚଳିତ କରି ପକାଉଛି |ଆଜି ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର, ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, , ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ ଙ୍କ ସହ ବହୁ ବିଜେପି କର୍ମୀ ହଠାତ୍ ପରିଦର୍ଶନରେ ଆସିଥିଲେ । ହସ୍ପିଟାଲ୍ ପରିଦର୍ଶନ ସହ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ଅନୁପସ୍ଥିତି କୁ ଘୋର ନିନ୍ଦା କରିଥିଲେ । ହସ୍ପିଟାଲ୍ କୁ ଆସୁଥିବା ଶହ ଶହ ଗର୍ଭବତୀ ମହିଳା ମାନଙ୍କ ସମେତ ଅନ୍ୟାନ୍ୟ ରୋଗୀ ଅପେକ୍ଷା କରିଥିଲେ ମଧ୍ୟ କୌଣସି ଡାକ୍ତର ବା ନର୍ସ ଉପସ୍ଥିତ ନ ରହିବା ସାଧାରଣରେ ଘୋର ନିନ୍ଦା କରାଯାଉଛି। ଏ ବିଷୟରେ ବିଜେପି ପ୍ରତିନିଧି ଓ ମେଡିକାଲ ଅଫିସର ଡ଼ ମହେନ୍ଦ୍ର କୁମାର ସାଏ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା କିନ୍ତୁ ଡ଼ ସାଏ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ପୂର୍ବରୁ ଏହିଭଳି ଅନେକ୍ ଅଭିଯୋଗ ହୋଇଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଜିଲ୍ଲା ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଯଦି ଆଗାମୀ ଦିନରେ ଏହାର ସମାଧାନ ନହୁଏ ତେବେ ରାଜରାସ୍ତା କୁ ଓହ୍ଲେଇବାକୁ ଚେତାବନୀ ଦେଇଛି ଜିଲ୍ଲା ବିଜେପି।ଏଠାରେ ପ୍ରଶ୍ନ ଉଠୁଛି ଯଦି ଡାକ୍ତରଖାନା ରେ ଏଭଳି ଅବ୍ୟବସ୍ଥା ହେଉଛି ତାହା ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ଆଙ୍ଗୁଳି ନିର୍ଦେଶ କରୁ ନାହିଁ ତ ???

Leave A Reply

Your email address will not be published.