ବିଜେପି ର ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଓଡ଼ିଶା ସମାଚାର (ମିନତୀ ବଳ) : ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ମାନେ ଆଜି ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ |ସୂଚନା ଅନୁଯାୟୀ, ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ, ଲୋ ଭୋଲଟେଜ ଓ ବଞ୍ଚିତ ଥିବା ଉପଭୋକ୍ତା ଙ୍କୁ ବିଜୁଳି ସଂଯୋଗ ପ୍ରତିବାଦ ରେ କଣ୍ଟାମ|ଳ ବିଜେପି ପକ୍ଷରୁ ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ |ବିଜେପି ର ଅଭିଯୋଗ ଅନୁସାରେ ଗୋଟେ ପଟେବର୍ଷା ଅଭାବ ରେ ମରୁଡି, ପ୍ରଚଣ୍ଡ ରୁଦ୍ର ତାପ, ଗୁଳୁଗୁଳି ଓ ଅନ୍ୟ ପଟେ ଛାତ୍ର ଛାତ୍ରୀଙ୍କ ଅନଲାଇନ ରେ ପାଠପଢା ବ୍ୟାହତ ହେଉଥିବାରୁ ଅଂଚଳ ରେ ଜନ ଅସନ୍ତୋଷ ଲାଗି ରହିଛି |ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ରାଜ୍ୟ ଯୁବମୋର୍ଚା ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ କହେଁଇ ଚରଣ ଡାଙ୍ଗ, ଯୁବମୋର୍ଚା ଜିଲ୍ଲା ସଭାପତି ଅଟଳ ପ୍ରଧାନ ଓ ଶତାଧିକ ବିଜେପି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.