ଭାରତ-ଶ୍ରୀଲଙ୍କା ଦିନିକିଆ: ଆଜି ୨ୟ ମୁକାବିଲା, ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କଲମ୍ବୋ, ଜୁଲାଇ ୨୦: ଶ୍ରୀଲଙ୍କା ଗସ୍ତରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଆଜି ୨ୟ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବ । କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ନ ୩ଟାରେ ଖେଳାଯିବାକୁ ଥିବା ୨ୟ ମ୍ୟାଚ୍ ଭାରତ ଜିତିଲେ ଶୃଙ୍ଖଳା ନିଜ ହାତକୁ ଆସିଯିବ । ଅପରପକ୍ଷେ ଶ୍ରୀଲଙ୍କ ପ୍ରଥମ ଦିନିକିଆରେ କରିଥିବା ଭୁଲ ସଂଶୋଧନ କରି ମ୍ୟାଚ ଜିତିବାକୁ ଚାହିଁବ । ଘରୋଇ ଦଳ ମ୍ୟାଚ ଜିତି ଶୃଙ୍ଖଳାକୁ ବରାବର କରିବା ପାଇଁ ଶତପ୍ରତିଶତ ରଣନୀତି କରିବ । ତେଣେୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।  ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ରବିବାର ଶ୍ରୀଲଙ୍କାକ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ୭ ୱିକେଟରେ ପରାସ୍ତ କରି ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ଦଳ ଚମିକା କରୁଣାରତ୍ନେ ଅପରାଜିତ ୪୩ ରନ୍ ଓ ଅଧିନାୟକ ଦାସୁନ ଶନାକା ୩୯ ରନ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ୨୬୨ ରନ୍ ସଂଗ୍ରହ କରିଥିଲା । ଫଳରେ ଭାରତୀୟ ଟିମକୁ ୨୬୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତ ବିଜୟ ଲକ୍ଷ୍ୟକୁ ୩୬.୩ ଓଭରରେ ୩ଟି ୱିକେଟ ହରାଇ ହାସଲ କରିଥିଲା ।  ଶ୍ର୍ରୀଲଙ୍କା ଗସ୍ତରେ ଭାରତୀୟ ଟିମ୍‌ର ଅଧିନାୟକ ଶିଖର ଧାୱନ ପ୍ରଥମ ମ୍ୟାଚରେ ବ୍ୟକ୍ତିଗତ ଭାବେ ୮୬  ରନ୍ ସଂଗ୍ରହ କରିଥିଲେ । ପୃଥ୍ୱୀ ଶ’ (୪୩) ୫.୩ ଓଭରରେ ପ୍ରଥମ ୱିକେଟ ପାଇଁ ୫୮ ରନ୍ ଯୋଡ଼ିଥିଲେ । ପୃଥ୍ୱୀ ୯ଟି ଚୌକା ମାରିଥିଲେ । ଯୁବ କ୍ରିକେଟର ଈଷନ କିଷନ (୫୯) ୪୨ଟି ବଲର ସମ୍ମୁଖୀନ ହୋଇଥିଲେ । ସେ ଧୱନଙ୍କ ସହିତ ୭୪ଟି ବଲ ଖେଳି ୨ୟ ୱିକେଟ ପାଇଁ ୮୫ ରନ୍ ଯୋଡ଼ିଥିଲେ ।  ମନୀଷ ପାଣ୍ଡେ ୨୬ ରନ୍‌ରେ ଆଉଟ ହେବା ପୂର୍ବରୁ ଧୱନଙ୍କ ସହିତ ୩ୟ ୱିକେଟ ପାଇଁ ୭୨ ରନ୍ ସଂଗ୍ରହ କରିଥିଲେ । ଦିନିକିଆରେ ପଦାର୍ପଣ କରିଥିବା ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍ କରିଥିଲେ । 

Leave A Reply

Your email address will not be published.