ଅଙ୍ଗନବାଡି କର୍ମୀଙ୍କ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ

ଓଡ଼ିଶା ସମାଚାର ବ୍ୟୁରୋ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅଙ୍ଗନବାଡ଼ି କର୍ମୀ ମାନେ ବିଭିନ୍ନ ସମସ୍ୟା ନେଇ ବୋରିଗୁମ୍ମା ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ବୋରିଗୁମ୍ମା ବ୍ଲକରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ତୃଣମୂଳ ସ୍ତରରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ହେଲେ ମଧ୍ୟ ସେମାନେ ଅନେକ ସମସ୍ୟା ମଧ୍ୟରେ ଗତି କରୁଥିବା ଅଭିଯୋଗ କରିଛନ୍ତି।ନଅ ଗୋଟି ସମସ୍ୟା ସମାଧାନ ନିମନ୍ତେ ଲେଖି ଜଣାଇଛନ୍ତି।ସରକାରଙ୍କ 6 ଗୋଟି ସେବା ବ୍ୟତିତ ଅନ୍ୟ ଯାହା କାମ ଦିଆଯାଇଛି ତାହାର ସରକାରୀ ଲିଖିତାଦେଶ ଦିଆଯାଉ।ଉକ୍ତ କାର୍ୟ୍ଯ ବାବଦକୁ କେତେ ଟଙ୍କା ପ୍ରାପ୍ୟ ତାହାର ସଠିକ ଲିଖିତ ଭାବେ ଦିଆଯାଉ।ଅଧିକାଂଶ କର୍ମୀଙ୍କୁ କାର୍ଯ୍ୟାଳୟ ଠାରୁ ପ୍ରେସର କୁକର, ଡେକିଚି, ଆଲମୀରା ଦିଆଯାଇନାହିଁ।ଅଙ୍ଗନବାଡ଼ି ଓ ସାହାଯ୍ୟ କିରାଣୀଙ୍କୁ 2 ବର୍ଷ ହେଲା ଶାଢ଼ୀ ବାବଦକୁ ଟଙ୍କା ଦିଆ ଯାଇନାହିଁ।ଶିଶୁଙ୍କ ପାଇଁ ଦେବା ଖାଦ୍ୟ ଚାଉଳ 35 ରୁ 40 କିଲୋଗ୍ରାମ ବସ୍ତାରେ ରହୁଛି ଏଣୁ ଏହା ସଠିକ 50 କିଲୋଗ୍ରାମ ଦିଆଯାଉ।ଏଭଳି ଅନେକ ସମସ୍ୟାର ସମାଧାନ ପାଇଁ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରାଙ୍କୁ ଆଜି ଅନେକ ଅଙ୍ଗନବାଡି କର୍ମୀ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।ବିଡ଼ିଓ ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.