ରାୟଗଡ ଜିଲ୍ଲା ଭାଜପାର ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ

ଓଡ଼ିଶା ସମାଚାର (ମିନତୀ ବଳ) : ରାୟ ଜିଲ୍ଲାରୁ ସନ୍ତୋଷ କୁମାର ପାଢ଼ୀ : ରାଜ୍ୟ ବିଜେପି ର ନିର୍ଦେଶ କ୍ରମେ ଆଜି ରାୟଗଡ ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ରାୟଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥୀ ଶ୍ରୀ ବସନ୍ତ କୁମାର ଉଲ୍ଲାକା ଙ୍କ ତତ୍ୱାବଧାନ ରେ ରାୟଗଡ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା.ମହାମାରୀ କୋଭିଡ-୧୯ କାରଣରୁ ସମଗ୍ର ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଭଳି ସଂକଟ ସମୟରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ରାଜ୍ୟ ସରକାର ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବାକୁ ଯାଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନସ୍ୱାର୍ଥ ବିରୋଧୀ ।ଏହା ସହିତ ଅଘୋଷିତ ଭାବେ ବିଜୁଳି କଟା ଯାଉଛି ଏବଂ ଲୋ ଭଲଟେଜ ଭଳି ସମସ୍ୟା ଲାଗି ରହୁଛି. ରାଜ୍ୟ ସରକାର ନିଜ ନିଷ୍ପତିକୁ ବଦଳାଇ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଦରକୁ ପ୍ରତ୍ୟାହାର କରନ୍ତୁ ଏବଂ ଓଡିଶାର ଜନତା ଙ୍କୁ ନୀରିବଛିନ୍ନ ଭାବେ ବିଦୂତ ଯୋଗାଇବା ପାଇଁ ବିଜେପି ତରଫରୁ ଦାବି କରାଯାଇଥିଲା. ଗୋଟିଏ ପଟେ ବଡ ବଡ କଂପାନୀ ଏବଂ ସରକାରୀ ଅନୁଷ୍ଠାନ ମାନଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ ଶୁଳ୍ପ ବକେୟା ଆଦାୟ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ସରଳ ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବା ପାଇଁ ଅପଚେଷ୍ଟା କରୁଛନ୍ତି । ଯଦି ସରକାର ବିଦ୍ୟୁତ ଶୁକ୍ଳ ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର ନକରିବେ ତେବେ ଆଗାମୀ ଦିନରେ ଜିଲ୍ଲା ବିଜେପି ତରଫରୁ ରାଜ ରାସ୍ତା ରେ ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦିଆଯଇଥିଲା. ଏହି ଘେରାଉ ସମୟରେ ବିଜେପି ର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା, ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟା ଭୂଷଣ ପଣ୍ଡା, ଜିଲ୍ଲା ପଦାଧିକାରୀ, ଜିଲ୍ଲା ମୋର୍ଚ୍ଚା ସଭାପତି, ଜିଲ୍ଲା ମୋର୍ଚ୍ଚା ପଦାଧିକାରୀ, JKPur ମଣ୍ଡଳ ସଭାପତି ତରୁଣ ଗରଡ଼ିଆ, ପିପିଲିଗୁଡା ମଣ୍ଡଳ ସଭାପତି ରବି ମଣ୍ଡାଙ୍ଗୀ, ଡ଼ଙ୍ଗଶିଲା ମଣ୍ଡଳ ସଭାପତି ହରିଶ ମୁଦୁଲି, ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ର ପଦାଧିକାରୀ,ମୋର୍ଚ୍ଚା ସଭାପତି, ମୋର୍ଚ୍ଚା ପଦାଧିକାରୀ ଙ୍କ ସହ ଜିଲ୍ଲା ବିଜେପିର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ କୁ ବିଜେପି ନଗର ସଭାପତି ଶ୍ୟାମ କୁମାର ଦାଶ ପରିଚାଳନା କରିଥିଲେ.

Leave A Reply

Your email address will not be published.