ଟିକା ନେଇଥିବା ଡାକ୍ତର କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ

ଗୌହାଟି: ଆସାମର ଜଣେ ଡାକ୍ତର ଯିଏକି କରୋନାର ଦୁଇଟି ଯାକ ଡୋଜ ନେଇଥିଲେ ସେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ସଂପୃକ୍ତ ବ୍ୟକ୍ତି କୋଭିଡର ଦୁଇଟି ଭାରିଆଣ୍ଟ ଆଲଫା ଏବଂ ଡେଲଟା ଦ୍ୱାରା ସଂକ୍ରମିତ ହୋଇଥିବା ଜଣେ ବୈଜ୍ଞାନିକ କହିଛନ୍ତି। ଏବେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ଦିବ୍ରୁଗଡ ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ବରିଷ୍ଠ ବୈଜ୍ଞାନିକ ଡାକ୍ତର ବିଜେ ବୋର୍କାକୋଟି କହିଛନ୍ତି, ଜିନୋମ ସିକ୍ୟୁଏନ୍ସର ପରୀକ୍ଷା କରିବା ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆସାମର ଜଣେ ମହିଳା ଡାକ୍ତର ଯିଏକି କରୋନାର ଦୁଇଟି ଯାକ ଟିକା ନେଇଥିଲେ ସେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏକା ସାଙ୍ଗରେ ଆଲଫା ଏବଂ ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଯଦିଓ ସେ ଦୁଇଟି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ହେଲେ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏବେ ସେ ସୁସ୍ଥ ଅଛନ୍ତି। ମାସେରୁ ଅଧିକ ଦିନ ହେବ ଏହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପ୍ରତିଦିନ ଅନୁସରଣ କରାଯାଉଛି। ସେ କରୋନାର ଦୁଇଟି ଯାକ ଟିକା ନେଇଥିବା ଅନ୍ୟତମ ବ୍ୟକ୍ତି ବୋଲି ଡାକ୍ତର ବିଜେ ବୋର୍କାକୋଟି କହିଛନ୍ତି।

Leave A Reply

Your email address will not be published.