ରାଜ କୁନ୍ଦ୍ରାଙ୍କ ନାଁରେ ଆସିଥିଲା ‘ନ୍ୟୁଡ୍ ଅଡିସନ୍‌’ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିବାଦ ସହ ରହିଛି ପୁରୁଣା ସମ୍ପର୍କ। ସେ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସୁଛି। ରାଜଙ୍କ ଗିରଫଦାରୀ ପରେ ଅଭିନେତ୍ରୀ ତଥା ମଡେଲ ସାଗରିକା ସୋନା ସୁମନଙ୍କ ଏ ବୟାନ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସେ ନିଜ ବୟାନରେ ରାଜ କୁନ୍ଦ୍ରାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଚଳିତ ବର୍ଷ ଫେବୃଆରୀରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ମଡେଲ ସାଗରିକା ଅଭିଯୋଗ ଆଣିଥିଲେ ଯେ, ତାଙ୍କୁ ଭିଡିଓ କଲ୍ ଜରିଆରେ ଏକ ୱେବ୍ ସିରିଜ ପାଇଁ ଅଡିସନ ଦେବାକୁ କୁହାଯାଇଥିଲା। ତେବେ ଏହି ସମୟରେ ୩ ଜଣ ତାଙ୍କୁ ନ୍ୟୁଡ୍ ଅଡିସନ୍ ମାଗିଥିଲେ। ସାଗାରିକା କହିଥିଲେ ଯେ ‘ମୋତେ ଭିଡିଓ କଲରେ ଅଡିସନ ନାଁରେ ନ୍ୟୁଡ ଅଡିସନ ଅଫର ମିଳିଥିଲା। ସେମାନେ ତିନି ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଉମେଶ କାମତ ଥିଲେ। ଜଣଙ୍କର ଚେହେରା ଦୃଶ୍ୟମାନ ହେଉ ନଥିଲା କିନ୍ତୁ ଏହା ସମ୍ଭବତ ରାଜ କୁନ୍ଦ୍ରା। କାରଣ ଉମେଶ କାମତ ରାଜ କୁନ୍ଦ୍ରାଙ୍କ ନାଁ ନେଇଥିଲେ ଏବଂ କହିଥିଲେ ଯେ ଚାଲୁଥିବା ସମସ୍ତ ସାଇଟର ମାଲିକ ରାଜ ଅଟନ୍ତି। ମୁଁ କହିବାକୁ ଚାହେଁ ଯେ ସେମାନଙ୍କୁ ଗିରଫ କରାଯିବା ଉଚିତ୍। ସେମାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ ? ସେମାନଙ୍କର ଅନେକ ସାଇଟ୍ ଚାଲୁଛି। ମୁଁ ଭାବୁଛି ମୁଖ୍ୟ ଲିଙ୍କ୍ ସେଠାରେ ଅଛି।

Leave A Reply

Your email address will not be published.