୨୩ ଯାଏଁ ପୁଲିସ ହେପାଜତରେ ଶିଳ୍ପାଙ୍କ ସ୍ୱାମୀ

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ବଢ଼ିଲା ଅଡୁଆ। ଆସନ୍ତା ୨୩ ତାରିଖ ଯାଏଁ କୋର୍ଟ ତାଙ୍କୁ ପୁଲିଜ ହେପାଜତକୁ ପଠାଇ ଦେଇଛନ୍ତି। ସୂଚନା ମୁତାବକ ସୋମବାର ଗିରଫ ପରେ ଆଜି ମୁମ୍ବାଇ ପୁଲିସ କ୍ରାଇମବ୍ରାଂଚ ରାଜ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରିଥିଲା। ଶୁଣାଣି ସମୟରେ ପୁଲିସ ରାଜ କୁନ୍ଦ୍ରାଙ୍କୁ ଅଧିକରୁ ଅଧିକ ଦିନ ପାଇଁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଥିଲା। ଏଥିସହ ରାଜଙ୍କ କମ୍ପାନର ଭିଆନ୍‌ର ଆକାଉଣ୍ଟରେ ଅନେକ ବିଦେଶ ମୁଦ୍ରା ଥିବା କହିଥିଲା। ଏଥିପାଇଁ ଏହି ମାମଲାର ପୁରା ଯାଂଚ ହେବା ଉଚିତ ଏବଂ ରାଜଙ୍କୁ ଅନ୍ୟ ଅଭିଯୁକ୍ତଙ୍କ ସହ ଜେଲରେ ରଖାଯିବା ଉଚିତ ବୋଲି ପୁଲିସ କହିଥିଲା। ତେବେ କୋର୍ଟ ରାଜଙ୍କୁ ଆସନ୍ତା ଜୁଲାଇ ୨୩ ତାରିଖ ଯାଏଁ ପୁଲିସ ହେପାଜତକୁ ପଠାଇଛନ୍ତି। ରାଜଙ୍କ ସମେତ ତାଙ୍କ ସାଥୀ ତଥା ତାଙ୍କ ଆଇଟି ହେଡ୍ ରିଆନ୍ ଜନ୍ ଥର୍ପାଙ୍କୁ ମଧ୍ୟ ୨୩ ଜୁଲାଇ ଯାଏଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି । ସେପଟେ ଏହି ମାମଲାରେ କ୍ରାଇମ ବ୍ରାଂଚ ରାଜଙ୍କ ମୋବାଇଲକୁ ଜବତ କରି ଫରେନ୍‌ସିକ୍ ଯାଂଚ ପାଇଁ ପଠାଇଛି।

Leave A Reply

Your email address will not be published.