ଦିଲ୍ଲୀର ଟର୍ମିନାଲ-୨ରୁ ଉଡ଼ିବ ଗୋ-ଏୟାର ଏବଂ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନଯାତ୍ରୀଙ୍କ ଲାଗି ଭଲ ଖବର ଆସିଛି । ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୨ ଆଜିଠାରୁ ଖୋଲିଛି । ଏହି ଟର୍ମିନାଲରୁ ଇଣ୍ଡିଗୋ ୨୦୦୦-୨୯୯୯ ଶୃଙ୍ଖଳାର ବିମାନ ଏବଂ ଗୋ-ଏୟାରର ସମସ୍ତ ବିମାନ ନିଜର ଉଡ଼ାଣ ପୁଣି ଥରେ ଆରମ୍ଭ କରିବ । ଲକଡାଉନ କଟକଣାରେ କୋହଳ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିମାନବନ୍ଦର କର୍ତ୍ତପକ୍ଷ ଟର୍ମିନାଲ-୨କୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ।  ଦିଲ୍ଲୀ ବିମାନବନ୍ଦରକୁ ପରିଚାଳନା କରୁଥିବା କଂପାନୀ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ ପକ୍ଷରୁ କୁହାଯାଇଛି ଯେ, ଟର୍ମିନାଲ-୨ରୁ ଦୈନିକ ପାଖାପାଖି ୨୦୦ ବିମାନ ଉଡିବ । ଏଥିରେ ୧୦୦ଟି ବିମାନ ବାହାରକୁ ଯିବ ଏବଂ ୧୦୦ଟି ଏଠାରେ ପହଂଚିବ । ଧୀରେ ଧୀରେ ଏହାର ସଂଖ୍ୟା ବଢ଼ିବ । ଅଗଷ୍ଟ ଶେଷ ସୁଦ୍ଧା ଏଠାରୁ ୨୮୦ଟି ବିମାନ ପରିଚାଳିତ ହେବ ।  ଟର୍ମିନାଲ-୨ରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋଟ ୨୭ଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି । ଏଥିରେ ୧୧ଟି କାଉଣ୍ଟର ଗୋ-ଏୟାର ପାଇଁ ଏବଂ ଇଣ୍ଡିଗୋ ପାଇଁ ୧୬ଟି କାଉଣ୍ଟର ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ବିମାନ ଟର୍ମିନାଲ-୩ରୁ ପରିଚାଳିତ ହେଉଛି । ଗତ ମେ’ ମାସ ୧୮ରେ ଟର୍ମିନାଲ-୨କୁ ବନ୍ଦ କରାଯାଇଥିଲା । 

Leave A Reply

Your email address will not be published.