ବିଶ୍ୱରେ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ୧୨ ପ୍ରତିଶତ କରୋନା ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି । ବିଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ହୋଇଛି । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୬୮୩ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୫୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଗତ ସପ୍ତାହରେ ବିଶ୍ୱରେ ୪୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାର ତୁଳନାରେ ଚଳିତ ସପ୍ତାହରେ ୧୨ ପ୍ରତିଶତ ସଂକ୍ରମିତ ଅଧିକ ଚିହ୍ନଟ ହୋଇଛନ୍ତି । ସଂଯୁକ୍ତ ରାଷ୍ଟ୍ରର ସଂସ୍ଥା କହିଛି ମୃତ୍ୟୁ ସଂଖା ହ୍ରାସ ପାଇଛି । ଗତ ସପ୍ତାହରେ ପ୍ରାୟ ୫୭ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଆଗାମୀ ୩ ସପ୍ତାହରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ କୋଟି ଅତିକ୍ରମ କରିବ ।  ଭାରତରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ବୁଧବାର ୮୧୫୯ ଜଣ କୋଭିଡ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୬୫ ଲୋକଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୬୨ ଲକ୍ଷ ୩୭ ହଜାର ୭୫୫କୁ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୩୦ ହଜାର ୯୮୧ ଲୋକଙ୍କର ପ୍ରାଣହାନୀ ଘଟିଛି । 

Leave A Reply

Your email address will not be published.