ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଆଜି ହୋଇପାରେ ବିବାଦୀୟ ଡିଏଫଓଙ୍କୁ ଜେରା

ଗଜପତି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଥିବା ବେଳେ ଏବେବି ଏହି ମୃତ୍ୟୁ ମାମଲାର ଖିଅ ଖୋଜି ପାଇନି ପାରଳାଖେମୁଣ୍ଡି ପୋଲିସ୍ । ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ପାରଳାଖେମୁଣ୍ଡି ଡିଏଫଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିବା ଏପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ ହୋଇ ପାରିନାହାନ୍ତି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରା । ଅନ୍ୟପଟେ ପତ୍ନୀ ବିଦ୍ୟାଭାରତୀଙ୍କୁ ମାରାଥନ୍ ଜେରା କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଏବେ କ୍ରାଇମବ୍ରାଞ୍ଚ ଟାର୍ଗଟରେ ଡିଏଫଓ ସଂଗ୍ରାମ ବେହେରା । ଅତି ରହସ୍ୟ ଜନକ ଭାବରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଅନୈତିକ ସମ୍ପର୍କ ରହିଛି ବୋଲି ଏବଂ ଏହା ହିଁ ସୌମ୍ୟଙ୍କ ମୃତ୍ୟୁର କାରଣ ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଏସିଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ତେବେ ମାତ୍ର ୬ ମାସ ତଳେ ଉଭୟଙ୍କ ବାହାଘର ହୋଇଥିବା ବେଳେ ଦୁହିଁଙ୍କ ଭିତରେ ପରକୀୟା ପ୍ରୀତିକୁ ନେଇ ପ୍ରାୟ ସମୟ ଝଗଡା ଲାଗିରହୁଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକ ପୋଲିସ୍ କୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଆଉ ଜଣେ ପୋଲିସ୍ ଅଧିକାରୀ ମଧ୍ୟ ଛନ୍ଦି ହୋଇପଡିଛନ୍ତି, ସେ ହେଉଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା । ଯିଏକି ଘଟଣା ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସୌମ୍ୟଙ୍କୁ ନିଆଯାଉଥିବା ଆମ୍ବୁଲାନ୍ସକୁ ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଟକାଇଥିଲେ । 

Leave A Reply

Your email address will not be published.