ବଢିଲା ନନ୍ଦନକାନରେ ସିଂହ ସଂଖ୍ୟା

ଭୁବନେଶ୍ୱର : ନନ୍ଦନକାନରେ ଏବେ ଖୁସିର ଲହରୀ ଖେଳିଯାଇଛି । ଆଉ ୩ ନୂଆ ଅତିଥି ଏବେ ନନ୍ଦନକାନନ ସଦସ୍ୟ ମଧ୍ୟରେ ସାମିଲ ହୋଇଛି । ସୂଚନା ଅନୂଯାଇ ଆଜି ୩ ସିହଂ ଶାବକଙ୍କୁ ଜନ୍ମ ଦେଇଛି ସିଂହୀ ବିଜୁଳି । ୩ ଟି ସିଂହ ଛୁଆ ଜନ୍ମ ନେବା ପରେ ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ପାଇ ୧୮ ରେ ପହଞ୍ଚିଛି । ଏହା ପୂର୍ବରୁ ୨୦୧୭ରେ ଜିତ୍ ନାମକ ଏକ ସିଂହ ଜନ୍ମ ନେଇଥିବା ବେଳେ ୨୦୧୫ରେ କଳ୍ପନା ନାମକ ସିଂହୀ ଜନ୍ମ ନେଇଥିଲା । ବର୍ତ୍ତାମାନ ଜନ୍ମ ନେଇଥିବା ୩ ସିଂହ ଶାବକଙ୍କ ନାମକରଣ କରାଯାଇନଥିବା ବେଳେ ଖୁବ୍ ଶୀଘ୍ର ଏମାନଙ୍କ ନାମକରଣ କରାଯିବ ବୋଲି ନନ୍ଦନକାନନ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ କରୋନା କଟକଣା ଯୋଗୁ ପର୍ଯ୍ୟଟକ ମାନଙ୍କ ପାଇଁ ନନ୍ଦନକାନନ ବନ୍ଦ ରହିଥିବା ବେଳେ ଖୋଲିବା ପରେ ଏହି ୩ ନୂଆ ଅତିଥି ପର୍ଯ୍ୟଟଙ୍କ ମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ନନ୍ଦନକାନନ କତ୍ତୃପକ୍ଷ ।

Leave A Reply

Your email address will not be published.