ବିବାହର ପ୍ରତିଶ୍ରୁତି ଦେଇ ୧୦ ବର୍ଷ ଦୁଷ୍କର୍ମ କଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ, ଜୁଲାଇ ୨୨ : ପାକିସ୍ତାନୀ କ୍ରିକେଟ ଟିମ୍‌ର ଅଧିନାୟକ ବାବାର ଆଜମ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ପ୍ରତିଷ୍ଠିତ ଖେଳାଳି । କିନ୍ତୁ ଏକ ଅଭିଯୋଗ କ୍ରମେ ସେ ଏବେ ଫସିଯାଇଛନ୍ତି । କାରଣ ଜଣେ ମହିଳା ବାବରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ବାବାର ଆଜମ ବିବାହର ପ୍ରତିଶ୍ରୁତି ଦେଇ ୧୦ ବର୍ଷ ଯାଏଁ ଦୁଷ୍କର୍ମ କରିଥିଲେ । ଏଥି ସହିତ ସେ ଧମକ ମଧ୍ୟ ଦେଇଥିଲେ ।  ମହିଳା ଜଣକ କହିଥିଲେ ଯେ, ବାବାର ଆଜମ ବିବାହର ପ୍ରତିଶ୍ରୁତି ଦେଇ ୧୦ ବର୍ଷ ପର୍ଯ୍ୟନ୍ତ ଯୌନ ଶୋଷଣ କରିଛନ୍ତି । ମୁଁ ଗର୍ଭବତୀ ହେବା ପରେ ବାବର ମାଡ଼ମାରିବା ସହିତ ଧମକ ଦେଇଥିଲେ । ପୀଡିତାଙ୍କ କହିବା ଅନୁସାରେ ବାବରଙ୍କ ସହିତ ସେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ । ଉଭୟ ଗୋଟିଏ ଅଂଚଳରେ ରହୁଥିଲେ ।  ବାବର ଆଜମ ମୋତେ ପ୍ରେମ ନିବେଦନ କରିଥିଲେ । ମୁଁ ଏହାକୁ ସ୍ୱୀକାର କରିଥିଲି ବୋଲି ମହିଳା ଜଣକ କହିଛନ୍ତି । ସେହି ସମୟରେ ବାବର କ୍ରିକେଟ ଖେଳିବା ଆରମ୍ଭ କରି ନଥିଲେ । ସେ ଯେତେବେଳେ ଗର୍ଭବତୀ ଥିଲେ ଉଭୟଙ୍କ ଦ୍ୱାରା ସ୍ଥିତ ହେବା ପରେ ଗର୍ଭ ନଷ୍ଟ କରାଯାଇଥିଲା । ପୀଡିତା କହିଛନ୍ତି, ୨୦୧୭ରେ ବାବର ନିଜର ମୋବାଇଲ ନମ୍ବର ବଦଳାଇଥିଲେ । ଏହା ପରେ ୩ ବର୍ଷ ପର୍ଯ୍ୟନ୍ତ ମୋଠାରୁ ଲାଭ ଉଠାଇଥିଲେ । ବର୍ଷ ୨୦୨୦ରେ ସେ ମେତେ ବିବାହ କରିବାକୁ ମନା କରିଦେଇଥିଲେ । ସୂଚନାଯୋଗ୍ୟ, ବାବର ଆଜମ ଆସନ୍ତାବର୍ଷ ନିଜର ଜଣେ ସଂପର୍କୀୟଙ୍କୁ ବିବାହ କରିବେ । 

Leave A Reply

Your email address will not be published.