ମୁମ୍ବାଇରେ ପ୍ରବଳ ବର୍ଷା

ମୁମ୍ବାଇ : ଦେଶର ଅଧିଂକାଶ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଫଳରେ ବର୍ଷା ଲାଗି ରହିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିଗତ କିଛି ଦିନ ହେବ ପ୍ରବଳ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମୁମ୍ବାଇରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବୁଧବାର ପ୍ରବଳ ବର୍ଷା ହେବାରୁ ଉମ୍ବୋରମାଳୀ ରେଳଷ୍ଟେସନ ଏବଂ କସାରା ମଧ୍ୟରେ ରେଳ ସେବା ଅଟକାଇ ଦିଆଯାଇଛି । ରେଳଧାରଣାରେ ପାଣି ଭର୍ତ୍ତି ହୋଇଯାଇଛି ।  ମୁମ୍ବାଇ : ଦେଶର ଅଧିଂକାଶ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଫଳରେ ବର୍ଷା ଲାଗି ରହିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିଗତ କିଛି ଦିନ ହେବ ପ୍ରବଳ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମୁମ୍ବାଇରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବୁଧବାର ପ୍ରବଳ ବର୍ଷା ହେବାରୁ ଉମ୍ବୋରମାଳୀ ରେଳଷ୍ଟେସନ ଏବଂ କସାରା ମଧ୍ୟରେ ରେଳ ସେବା ଅଟକାଇ ଦିଆଯାଇଛି । ରେଳଧାରଣାରେ ପାଣି ଭର୍ତ୍ତି ହୋଇଯାଇଛି । ମଧ୍ୟରେଲୱେ ମୁଖ୍ୟ ଲୋକସଂପର୍କ ଅଧିକାରୀ ଶିବାଜୀ ସୁତାର କହିଛନ୍ତି, ଦୂରଗାମୀ ଟ୍ରେନରେ ପୁଣେ-ଦରଭଂଗା ସ୍ୱତନ୍ତ୍ର ଏବଂ ସିଏସଏମଟି-ବାରାଣସୀ ସ୍ୱତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିଠାରୁ ବୁଧବାର ରାତି ୧୦ଟା ପର୍ଯ୍ୟନ୍ତ କସାରାରେ ୨୦୭ ମିଲିମିଟର ବର୍ଷା ହୋଇଛି । ଏଥିରୁ କେବଳ ଗୋଟିଏ ଘଣ୍ଟା ମଧ୍ୟରେ ୪୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।  ବୃହନମୁମ୍ବାଇ ମହାନଗରପାଳିକାର ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇରେ ବୁଧବାର ସକାଳ ୮ଟା ପରେ ରାତି ୧୦ ଟା ପର୍ଯ୍ୟନ୍ତ ୬୮.୭୨ ମିଲିମିଟର ବର୍ଷା ହୋଇଛି । ପୂର୍ବ ଏବଂ ପଶ୍ଚିମ ଉପନଗରରେ ଯଥାକ୍ରମେ ୫୮.୭୫ ମିଲିମିଟର ଏବଂ ୫୮.୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବୁଧବାର ଅପରାହ୍ନରେ ବର୍ଷା ସାମାନ୍ୟ କମିଥିଲା, କିନ୍ତୁ ରାତିରେ ପୁଣି ଏହା ବଢ଼ିଯାଇଥିଲା । 

Leave A Reply

Your email address will not be published.