ରତ୍ନ ସିଂହାସନକୁ ବିଜେ କଲେ ଚତୁର୍ଦ୍ଧାମୂରତି

ପୁରୀ : ଅନ୍ତିମ ପର୍ବ ନିଳାଦ୍ରୀ ବିଜେ ସହ କରୋନା କଟକଣାରେ ଶେଷ ହୋଇଛି ଚଳିତ ବର୍ଷର ଘୋଷଯାତ୍ରା। ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଓ ବଡ଼ଦାଣ୍ଡରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଲେ ଶ୍ରୀଜିଉ। ଏହି ଅନ୍ତିମ ପର୍ବ ସହ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂରତି। ଆଜି ସାନ୍ଧ୍ୟାରେ ବିଜେ କାହାଳୀ ବାଜିବା ପରେ ପ୍ରଥମେ ରଥ ଉପରୁ ରତ୍ନବେଦୀ ଅଭିମୁଖେ ଯାଇଥିଲେ ସୁଦର୍ଶନ। ଏହାପରେ ଦେବୀ ସୁଭଦ୍ରା ଓ ପରେ ବଡ଼ଠାକୁର ବଳଭଦ୍ର ପହଣ୍ଡିରେ ରତ୍ନବେଦୀକୁ ବାହୁଡ଼ିଥିଲେ। ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ରତ୍ନବେଦୀକୁ ବିରାଜମାନ କରିଥିଲେ। ଘୋଷଯାତ୍ରାର ଅନ୍ତ ପରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ସାଧାରଣ ଦୈନନ୍ଦିନ ନୀତିକାନ୍ତି। ସେହିପରି କାଲିଠାରୁ ଶ୍ରୀମନ୍ଦିରରେ ମିଳିବ ନୀଳାଚଳ ଅବଢା।

Leave A Reply

Your email address will not be published.