ଅଗଷ୍ଟ ୩୧ ତାରିଖ ସୁଦ୍ଧା ସରିବ ସବୁ ଯୁକ୍ତ ତିନି ଓ ପିଜି ପରୀକ୍ଷା

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରମଣ ଯୋଗୁ ପାଠପଢ଼ା ପ୍ରଭାବିତ ହେବା ସତ୍ତ୍ୱେ ଆସନ୍ତା ଅଗଷ୍ଟ ୩୧ତାରିଖ ସୁଦ୍ଧା ସମସ୍ତ ପିଜି ଓ ଯୁକ୍ତତିନି ଶ୍ରେଣୀ ଫାଇନାଲ ସେମିଷ୍ଟାର ପରୀକ୍ଷା ଶେଷ ହେବ। ଆଜି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବୈଠକ ପରେ ଏହି ଘୋଷଣା ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଯୁକ୍ତ ତିନି ଶ୍ରେଣୀର ସମସ୍ତ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକପେପରକୁ ଛାଡ଼ି) ଅଗଷ୍ଟମାସ ୧୯ତାରିଖ ସୁଦ୍ଧା ଶେଷ ହେବ। ସମସ୍ତଯୁକ୍ତ ତିନି (କଳା,ବିଜ୍ଞାନ ଓ ବାଣିଜ୍ୟ) ପରୀକ୍ଷା ଫଳ ଓ ବ୍ୟାକପେପର ପରୀକ୍ଷା ଫଳ ସେପ୍ଟେମ୍ବର ୨୭ତାରିଖ ସୁଦ୍ଧା ପ୍ରକାଶ ପାଇବ। ସେହିପରି ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୩୧ତାରିଖ ସୁଦ୍ଧା ଶେଷ ହେବ ଓ ସେପ୍ଟେମ୍ବର ୨୦ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ୨୦୨୧ ପାଇଁ କମନ୍ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ତାରିଖ ପର୍ଯ୍ୟନ୍ତ ଚାଲିବ ଓ ପିଜି କମନ୍ ଆଡମିଶନ ପ୍ରକ୍ରିୟା ଅକ୍ଟୋବର ୧୫ତାରୀିଖରୁ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.