ଅପହରଣ ବେଳେ ୫ ବର୍ଷର ନାବାଳିକା ଉଦ୍ଧାର

ଯାଜପୁର : ଅପହରଣ ବେଳେ ୫ ବର୍ଷର ନାବାଳିକା ଉଦ୍ଧାର। ୧୬ ନମ୍ବର ଜାତୀୟ ରାଜପଥର ସୋତି ନିକଟରୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ହୋଇଥିବା ନାବାଳିକା ଯାଜପୁର ଜିଲ୍ଲା ଶଙ୍ଖଚିଲା ଫାଣ୍ଡି ପହଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି। ଅଜଣା ବ୍ୟକ୍ତି ଜଣକ ସାଇକେଲ୍‌ରେ ୫ ବର୍ଷର ଝିଅକୁ ଅପହରଣ କରିନେଉଥିଲେ। ଏହି ସମୟରେ ଝିଅଟି କାନ୍ଧୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଯାଜପୁର ଓଟିଭି ପ୍ରତିନିଧିଙ୍କୁ ଫୋନ୍‌ କରି କହିଥିଲେ। ପରେ ଓଟିଭି ପ୍ରତିନିଧି ଯାଜପୁର ଏସ୍‌ପି ରାହୁଲ ପିଆରଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ତା’ପରେ ଏସ୍‌ପି ପାଣିକୋଇଲି ଥାନାକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ଅପହର୍ତ୍ତା ଏ ସମ୍ପର୍କରେ ଜାଣିପାରି ନାବାଳିକାକୁ ୧୬ ନମ୍ବର ଜାତୀୟ ରାଜପଥ “ସୋତି” ଗାଁ ନିକଟରେ ଛାଡ଼ି ପଳାଇ ଯାଇଥିଲା। ପରେ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଥାନାକୁ ଆଣିଛି। ନାବାଳିକା ଜଣକ ଶଙ୍ଖଚିଲା ଫାଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.