ରାହଲ ଗାନ୍ଧୀଙ୍କ ପ୍ରଶ୍ନରେ ବ୍ୟାକଫୁଟରେ ସରକାର

ନୂଆଦିଲ୍ଲୀ: ଡିସେମ୍ୱର ୩୧ ସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକାକରଣ କରାଯିବ। କେନ୍ଦ୍ର ସରକାର ଏପରି ପ୍ରତିଶ୍ରୁତି ଦେଇଥିଲେ। ଏବେ କିନ୍ତୁ ସରକାର ସଂସଦରେ କହିଛନ୍ତି ଟିକାକରଣ ଶେଷ ହେବାର ଅବଧି ଫିକ୍ସ କରାଯାଇନି। ଗତକାଲି ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଉତ୍ତର ରଖିଥିଲା। କୋଭିଡ ମହାମାରୀ ରୂପ ବଦଳାଉଛି। ତେଣୁ କେବେ ମହାମାରୀ କେବେ ଯିବ ବୋଲି ଯେତେବେଳେ ଜଣାପଡ଼ିନି ସେତେବେଳେ ଟିକାକରଣର ଅବଧି କେବେ ଶେଷ ହେବ କହିହେବ ନାହିଁ। କିନ୍ତୁ ୧୮ରୁ ଅଧିକ ବୟସ୍କ ବର୍ଗର ବ୍ୟକ୍ତି ଡିସେମ୍ୱର ସୁଦ୍ଧା ଟିକାକରଣରେ ସାମିଲ୍ ହେବେ ବୋଲି ଆଶା କରାଯାଉଛି ବୋଲି ସରକାର କହିଛନ୍ତି। ଏହାକୁ ନେଇ ଶନିବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ଲେକମାନେ ଟିକା ପାଇଁ ଧାଡ଼ିରେ ଛିଡା ହେଉଛନ୍ତି ହେଲେ ଟିକାକରଣ କେବେ ସରିବ ସରକାର କହିପାରୁ ନାହାନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଜୁଲାଇ ବେଳକୁ ଟିକାର ଅଭାବ ରହିବ ନାହିଁ ବୋଲି ସରକାର କହିଥିଲେ ହେଲେ ଏବେ ଟିକା କୁଆଡେ ଗଲା ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.