କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥପା ଦେବେ ୟେଦୁରପ୍ପା

କର୍ଣ୍ଣାଟକ, ଜୁଲାଇ ୨୬ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଆଜି ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ପରେ ସେ ରାଜ୍ୟପାଳଙ୍କୁ ଭେଟିବେ ଏବଂ ତାଙ୍କ ଇସ୍ତଫା ହସ୍ତାନ୍ତର କରିବେ। ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୁରଣ ଉତ୍ସବ ପାଳନ କରୁଥିବା ଏକ କାର୍ଯ୍ୟକ୍ରମରେ ୟେଦୁରପ୍ପା ଏହା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମଧ୍ୟାହ୍ନ ଭୋଜନ ପରେ ମୁଁ ରାଜ୍ୟପାଳଙ୍କୁ ଭେଟିବି। ଏହା ସହିତ ସେ କହିଛନ୍ତି ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ସେ ମୋତେ କେନ୍ଦ୍ରରେ ମନ୍ତ୍ରୀ ହେବାକୁ କହିଥିଲେ। କିନ୍ତୁ ମୁଁ କହିଥିଲି ଯେ ମୁଁ କର୍ଣ୍ଣାଟକରେ ରହିବି ବୋଲି କହିଥିବା ୟେଦୁରପ୍ପା ଏହି ସମୟରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ । ତେବେ ରବିବାର ଦିନ ୟେଦୁରପ୍ପା ତାଙ୍କର ଇସ୍ତଫା ନେଇ ସୂଚନା ଦେଇଥିଲା ବେଳେ ଆଜି ଇସ୍ଥାପା ଦେବେ ବୋଲି ଘୋଷଣା କରିଛନ୍ତି । ଗତ ସପ୍ତାହରେ ୟେଦୁରପ୍ପା ନୂଆଦିଲ୍ଲୀ ଗସ୍ତ କରି ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ରାଜନାଥ ସିଂଙ୍କୁ ଭେଟି ତାଙ୍କର ଇସ୍ଥପା ଆଲୋଚନାକୁ ଅଧିକ ଦୃଢ କରିଥିଲେ। ନୂଆଦିଲ୍ଲୀରୁ ଫେରିବା ପରେ ୟେଦୁରପ୍ପା ଦଳର ଜାତୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ସେ କହିଥିଲେ  ।

Leave A Reply

Your email address will not be published.