ପୁଣି ଫେରିବ ଲକ୍‌ଡାଉନ୍ ନା ଆରମ୍ଭ ହେବ ଅନଲକ୍‌

ଭୁବନେଶ୍ୱର, ଜୁଲାଇ ୨୬ : ରାଜ୍ୟରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଜାରି ରହିଥିବା ବେଳେ ରାଜ୍ୟରେ ଆଶିଂକ ଲକ୍‌ଡାଉନ୍ ମଧ୍ୟ ଜାରି ରହିଛି । ତେବେ ଏହି ଲକ୍‌ଡାଉନ୍ ଅବଧି ଶେଷ ହୋଇ ଆସୁଛି । ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍ ଅବଧିର ଶେଷ ସପ୍ତାହରେ ପୁରା ରାଜ୍ୟ ବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ହେବ ଅଗଷ୍ଟ ଗାଇଡଲାଇନ୍‌! ପୁଣି ଫେରିବ ଲକ୍‌ଡାଉନ୍ ନା ଆରମ୍ଭ ହେବ ଅନଲକ୍ ପର୍ଯ୍ୟାୟ ତାକୁ ନେଇ ଅନେକ ପ୍ରଶ୍ନ ରହିଛି । ଏଭଳି ସ୍ଥିତିରେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ଡିଏମଇଟି ନିର୍ଦ୍ଦେଶକଙ୍କ ସୂଚନା ଅନୂଯାଇ ଏବେ ରାଜ୍ୟରେ ସଂକ୍ରମଣ ହାର ୧୬୦୦ ରୁ ୨୦୦୦ ମଧ୍ୟରେ ରହୁଛି ତେଣୁ ଏହି ପରିସ୍ଥିତିରେ ସମ୍ପୂର୍ଣ୍ଣ ଅନଲକ୍ ହୁଏତ ନହୋଇ ପାରେ । ଏବଂ ଆଉ ଗୋଟିଏ ସପ୍ତାହ ପରେ ରାଜ୍ୟର ସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତି ନେବେ ଆଗକୁ ରାଜ୍ୟ କେଉଁ ପର୍ଯ୍ୟାୟ ଜାରି ରହିବ । ଅନ୍ୟପଟେ କରୋନା ମହାମାରୀର ତୃତୀୟ ଲହରକୁ ନେଇ ଆଜି ଡାକ୍ତର ସିବିକେ ମାହାନ୍ତି କହିଛନ୍ତି ଯେ ଏବେ ରାଜ୍ୟରେ କରୋନା ତୃତୀୟ ଲହର ଆସିବା ନେଇ କୌଣସି ଲକ୍ଷଣ ଦେଖାଦେଇନାହିଁ । ଏଭଳି ସ୍ଥିତିରେତୃତୀୟ ଲହର କେବେ ଆସିବ ତାକୁ ନେଇ ମଧ୍ୟ କିଛି ଆକଳନ କରିହେଉ ନାହିଁ ।

Leave A Reply

Your email address will not be published.