କାରଗିଲ ବିଜୟ ଦିବସ

ନୂଆଦିଲ୍ଲୀ, ଜୁଲାଇ ୨୬ : ଆଜି ହେଉଛି ୨୨ତମ କାରଗିଲ ବିଜୟ ଦିବସ । ବର୍ଷ ୧୯୯୯ ମାର୍ଚ୍ଚ ୩ ତାରିଖରେ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା । ଆଜିର ଦିନ(୧୯୯୯ ଜୁଲାଇ ୨୬)ରେ ଭାରତୀୟ ସେନା ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲେ । କାରଗିଲ ଯୁଦ୍ଧରେ ସହିତ ହୋଇଥିବା ଯବାନଙ୍କ ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ ହୋଇ ଆସୁଛି । ଭାରତରେ ଉତ୍ସବର ବାତାବରଣ ଦେଖାଯାଇଛି । କାରଗିଲରେ ଭାରତୀୟ ସୈନିକମାନେ ନିଜର ଦମ୍ଭ ଦେଖାଇଥିଲେ । ସୈନିକମାନେ ଯେଭଳି ଲଢ଼େଇ କରିଥିଲେ, ତାହା ସବୁଦିନ ପାଇଁ ମନେ ରହିବ । ସୈନିକଙ୍କୁ ମେଡିକାଲ ଟିମ୍ ଓ ଡାକ୍ତରମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।  କର୍ଣ୍ଣେଲ ବିଜୟ କୁମାର ସେହି ସମୟରେ ଯୁକ ପ୍ୟାପଟେନ ଥିଲେ । ଶ୍ରୀନଗର-ଲେହ ଜାତୀୟ ରାଜପଥ ନିକଟରେ ସେ ଏକ ଇଫେଣ୍ଟ୍ରି ବାଟାଲିୟନରେ ରେଜିମେଣ୍ଟାଲ ମେଡିକାଲ ଅଧିକାରୀ ପଦରେ ମୁତୟନ ଥିଲେ । ୧୯୯୯ ମେ’ ମାସ ୮ରେ ତାଙ୍କୁ ମେସେଜ ମିଳିଥିଲା ଯେ, ୟୁନିକକୁ ଦ୍ରାସ ସେକ୍ଟର ନିଆଯିବ । କାରଣ ସେଠାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କଡ଼ା ଜବାବ ଦେବାର ଅଛି ।  କର୍ଣ୍ଣେଲ ବିଜୟ କୁହନ୍ତି ଯେ, ଯେତେବେଳେ ତାଙ୍କର କଂପାନୀ ଲାଇନ ଅଫ୍ କଣ୍ଟ୍ରୋଲ ଆଡ଼କୁ ଅଗ୍ରସର ହେଉଥିଲା, ସେହି ସମୟରେ ଶତ୍ରୁମାନେ ଗୁଳିମାରିଥିଲେ । ଏଥିରେ କିଛି ସୈନିକ ଆହତ ହୋଇଥିଲେ । ଜଣେ ସୈନିକଙ୍କୁ ୨ ହାତ ହରାଇବାକୁ ପଡ଼ିଥିଲା । ରକ୍ତ ଯୁଡ଼ୁବୁଡୁରେ ସେ ବେହୋଶ ହୋଇଯାଇଥିଲେ । କର୍ଣ୍ଣେଲ ଆହତ ଯବାନଙ୍କୁ ଏକ ପଥରର ପାଶ୍ୱର୍ରେ ରଖିଥିଲେ । କାରଣ ଶତ୍ରୁର ଗୁଳିରୁ ଜୀବନ ବଂଚିପାରିବ । ଏହି ସମୟରେ ଭାରତୀୟ ଯବାନମାନେ ପାକିସ୍ତାନକୁ କଡ଼ା ଜବାବ ଦେଉଥିଲେ ।  ୨୨ ବର୍ଷ ପୂର୍ବରୁ ଭାରତୀୟ ସେନା ଶୌର୍ଯ୍ୟ ଓ ପରାକ୍ରମ ଦେଖାଇଥିଲେ । ଏହା ଇତିହାସରେ ଅତୁଳନୀୟ । ଶତ୍ରୁମାନେ ଯେଉଁ ଅଂଚଳକୁ ନିଜ ନିୟନ୍ତ୍ରଣରେ ରଖିଥିଲେ, ଭାରତୀୟ ସେନା ସଂପୃକ୍ତି ଅଂଚଳରେ ପାକିସ୍ତାନୀ ସେନା ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା । ଆଜି ଦେଶ ବିଜୟ ପର୍ବ ପାଳନ କରୁଛି । ଭାରତୀୟ ଯବାନମାନେ ୧୮ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଥିଲେ ।  ସୂଚନାଯୋଗ୍ୟ, ୧୯୯୮ରେ ପାକିସ୍ତାନର ପରଭେଜ ମୁଶାରଫ ସରକାର କାରଗିଲକୁ ମଂଜୁରୀ ଦେଇଥିଲା । ପାକିସ୍ତାନ ଭାବୁଥିଲା ଯେ, ଏହି ଅଂଚଳକୁ କବଜା କଲେ ଏହା ସବୁଦିନ ପାଇଁ ନିଜର ହୋଇଯିବ । ସେହି ସମୟରେ ଭାରତୀୟ ସେନା ମିଗ-୨୭ ଓ ମିଗ-୨୯ ଲଢୁଆ ବିମାନ ବ୍ୟବହାର କରିଥିଲା । ସେହି ସମୟରେ ବୋଫୋର୍ସ ତୋପ ମଧ୍ୟ ପ୍ରୟୋଗ କରାଯାଇଥିଲା । 

Leave A Reply

Your email address will not be published.