ଟୋକିଓ ଅଲିମ୍ପିକ୍ସ ଫେରନ୍ତାଙ୍କୁ ଆଶ୍ୱସ୍ତି, ଦେଖାଇବାକୁ ପଡ଼ିବନି ଆରଟି-ପିସିଆର ନେଗେଟିଭ ରିପୋର୍ଟ

ନୂଆଦିଲ୍ଲୀ, ଜୁଲାଇ ୨୬ : ଦେଶରେ କରୋନା ଭାଇରସ ସଂକ୍ରମଣ ତଳ-ଉପର ଦେଇ ଗତି କରୁଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୧୪୬ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୧୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟରେ ଭାରତ ସରକାର ରବିବାର କହିଛନ୍ତି ଯେ, ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସମୟରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ ।  ଏହା ପୂର୍ବରୁ ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା ସରକାରଙ୍କୁ ଅନୁରୋଧ କରିଥିଲେ ଯେ, ଅଲିମ୍ପିକ୍ସ ଦଳର ଟିକାକରଣ ହୋଇସାରିଛି ଏବଂ ଟୋକିଓରେ ନିୟମିତ ଭାବେ କରୋନା ଟେଷ୍ଟ ହେଉଛି । ସେମାନଙ୍କୁ ସ୍ୱଦେଶ ଫେରିବା ପରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବାରେ ରିହାତି ଦିଆଯାଉ । 

Leave A Reply

Your email address will not be published.