ଟ୍ରାକ୍ଟର ଚଲାଇ ସଂସଦ ଆସିଲେ ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ, ଜୁଲାଇ ୨୬ : ଦୁଇଦିନର ବିରତି ପରେ ଆଜିଠୁ ପୁଣି ଅରମ୍ଭ ହେଉଛି ସଂସଦ ମୌସୁମୀ ଅଧିବେଶନ କାର୍ଯ୍ୟ । ତେବେ ଆଜି ଏକ ଭିନ୍ନ ଢଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଟ୍ରାକ୍ଟର ଚଲାଇ ସଂସଦରେ ପହଞ୍ଚି କେନ୍ଦ୍ର ସରକାର ଲାଗୁ କରିଥିବା ତିନି କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିଛନ୍ତି । ତେବେ ସଂସଦ ପରିଶରରେ ବୈଧ ପାସ୍ ଥିବା ଯାନଗୁଡିକ ମଧ୍ୟରେ ଟ୍ରାକ୍ଟର ନଥିବାରୁ ଅନୁମତି ଥିବାରୁ ରାହୁଲଙ୍କୁ ଟ୍ରାକ୍ଟରରେ ସଂସଦ ପରିସରରେ ପ୍ରବେଶ କରିବାକୁ ଦିଆଯାଇନଥିଲା ଏବଂ ପ୍ରବେଶ ଦ୍ୱାରରେ ଥିବା ସୁରକ୍ଷା ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ରାହୁଲଙ୍କ ସହ ଦଳର ସହକର୍ମୀ ତଥା ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡା ଉପସ୍ଥିତ ଥିଲେ। କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏବଂ ଶ୍ରୀନିବାସଙ୍କୁ ଧାରା ୧୪୪ ଉଲ୍ଲଂଘନ କରିଥିବାରୁ ସଂସଦ ବାହାରେ ଅଟକ ରଖାଯାଇଥିଲା। ପରେ ସେମାନଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ସଂସଦ ବାହାରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ମୋଦୀ ସରକାର ଏହି ତିନୋଟି “ବିବାଦୀୟ” କୃଷି ଆଇନକୁ ରଦ୍ଦ କରିବା ଉଚିତ୍। ଏହା ସହିତ ସେ କହିଛନ୍ତି ଯେ ସରକାର ସଂସଦରେ ସେମାନଙ୍କର ଦାବିକୁ ନେଇ ଆଲୋଚନା କରିବାକୁ ଅନୁମତି ଦେଉ ନାହାଁନ୍ତି। କୃଷକମାନଙ୍କ ସ୍ୱରକୁ ଚାପି ଦିଆଯାଉଛି । ଏହି କଳା ନିୟମକୁ ସରକାରଙ୍କୁ ପ୍ରତ୍ୟାହାର କରିବାକୁ ପଡିବ ବୋଲି ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.