ମହାରାଷ୍ଟ୍ରରେ ବନ୍ୟା-ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୧୪୯କୁ ବୃଦ୍ଧି

ମୁମ୍ବାଇ, ଜୁଲାଇ ୨୬ : ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିବା ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ଏନଡିଆରଏଫ ଟିମ ମୁତୟନ ହେବେ । ବନ୍ୟା ପ୍ରଭାବିତ ଚିପଲୁନ ଅଂଚଳ ପରିଦର୍ଶନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଳ୍ପଦିନ ମଧ୍ୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ । ସିଏମ୍‌ଓ ମହାରାଷ୍ଟ୍ର ପକ୍ଷରୁ କୁହାଯାଇଛି ଯେ, ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ବନ୍ୟା ନିୟନ୍ତ୍ରଣ ପ୍ରଣାଳୀର ବ୍ୟବସ୍ଥା କରିବୁ । ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରାଯିବ । ଏହା ପରେ ବନ୍ୟା ପ୍ୟାକେଜ ଘୋଷଣା କରାଯିବ । ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଥିଲା । ମୁମ୍ବାଇ ସମେତ ପୁଣେ ଏବଂ ରାୟଗଡ଼ ଜିଲ୍ଲାରେ ବର୍ଷା ଯୋଗୁଁ ପ୍ରବଳ କ୍ଷତି ହୋଇଥିଲା । 

Leave A Reply

Your email address will not be published.