ଆଜିଠୁ ପୁରୀକୁ ଗଡିବ ବସ୍‌

ପୁରୀ, ଜୁଲାଇ ୨୬ : ଶେଷ ହୋଇଛି ରଥଯାତ୍ରା । ଆଜିଠାରୁ ପୁରୀ ଜିଲ୍ଲାକୁ ଗଡିବ ବସ୍ ।ପୁର୍ବରୁ ସବୁ ଜିଲ୍ଲାକୁ ବସ୍ ସେବା ଆରମ୍ଭ ହୋଇଥିଲେ ମଧ୍ୟ ରଥାଯାତ୍ରା ପାଇଁ ପୁରୀକୁ ବସ୍ ଚଳାଚଳା ଉପରେ କଟକଣା ରହିଥିଲା ।ତେବେ ପୁର୍ବ ଭଳି ବସ୍ ଚଳାଚଳ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ବସ୍ ମାଲିକ ମାନେ । କରୋନା ମହାମାରି ସମୟରେ ବସ୍ ମାଲିକ ମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ବସ୍ ମାଲିକ ମାନେ ବୀମା ନବିକରଣ କରିପାରି ନାହନ୍ତି, କିସ୍ତି ବାକି ପଡିଥିବା ବେଳେ ସରକାରଙ୍କଠୁ ଅର୍ଥିକ ସହାୟତା ଅପେକ୍ଷାରେ ବସ୍ ମାଲିକ ମାନେ ଥିବା କହିଛନ୍ତି ।  ସେହିପରି ଡ୍ରାଇଭର, ହେଲପର ମାନଙ୍କୁ ଦରମା ଦେଇ ନପାରିବାରୁ ସେମାନେ କାମ ଛାଡି ପଳାଇଛନ୍ତି । ସେମାନଙ୍କୁ ଦରମା ନଦେଲେ ସେମାନେ ମଧ୍ୟ କାମରେ ଯୋଗ ଦେବେ ନାହିଁ । ତେଲଦର ଧୀରେଧୀରେ ବଢି ଶତକ ଛୁଇଁଥିଲା ବେଳେ ଏହା ପ୍ରଭାବରେ ଭଡା ମଧ୍ୟ ବୃଦ୍ଧୀ ପାଇବ । ଏହା ଯାତ୍ରୀ ମାର୍ନଙ୍କୁ ବସ୍‌ରେ ଯାତ୍ରା କରିବାକୁ ରୋକି ପାରେ । ତେବେ ରାଜ୍ୟ ସରକାର ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରୋଡ୍ ଟ୍ୟାକ୍ସ ଛାଡ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହା ବାଦ ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାର ବିନା ସୁଧରେ ୧ ଲକ୍ଷ ଟଙ୍କା ରୁଣ ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.