ଆଜିଠୁ ଖୋଲିବ ଦଶମ,ଦ୍ୱାଦଶ ଶେଣୀ

ଭୁବନେଶ୍ୱର, ଜୁଲାଇ ୨୬ : ରଜ୍ୟରେ ଦିର୍ଘ ଦେଢବର୍ଷ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣି ଖୋଲିବ । ଏଥିପାଇଁ ସ୍କୁଲ ଗୁଡିକୁ ବିଶୋଧନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓରଇ(ଏସଓପି) ଲାଗୁ କରାଯାଇଛି । ଏହା ଅନୁଯାୟୀ ସ୍କୁୁଲରେ ଛାତ୍ରଛାତ୍ରୀ ମାନଙ୍କ ବସିବାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ତେବେ ସ୍କୁଲ ଆସିବା ପୁର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପିତା ମାତାଙ୍କାଠାରୁ ଅନୁମତି ପତ୍ରା ଆଣିବବାକୁ ବାଧ୍ୟତା ମୁଳକ କରାଯାଇଛି ।  ତେବେ ଯେଉଁ ଛାତ୍ରାଛାତ୍ରୀ ମାନେ ସ୍କୁଲକୁ ଆସିପାରିବେ ନାହିଁ ସେମାନଙ୍କ ପାଇଁ ଅନଲାଇନ୍ ମାଧ୍ୟମରେ ପଢିବାକୁ ବ୍ୟବସ୍ଥା କରାଯାଇଛି । ତେବେ ଗତକାଲି ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ସମସ୍ତ ପ୍ରସ୍ତୁତି ଶେଶ ହୋଇଛି । ସମସ୍ତ ଜିଲ୍ଲାକୁ ନୋଡାଲ ଅଫିସର ମାନଙ୍କୁ ପଠାଯାଇଛି । ତେବେ ସ୍କୁଲରେ ପିଲାମାନଙ୍କ ଉପସ୍ଥାନ ବୃଦ୍ଧୀ ପାଇବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।  ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣି ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଏହା ସହିତ ସ୍କୁଲ ଗୁଡିକରେ ଛାତ୍ରବାସ ଗୁଡିକ ମଧ୍ୟ ଆଜିଠୁ ଖୋଲିବ । ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ନିର୍ଦେଶ ଅନୁଯାୟୀ ସ୍କୁଲ ପରିସରରେ ଥିବା ପାଇକାନା ଗୁଡିକୁ ନିୟମିତ ଭାବରେ ସଫା କରାଯିବ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆବଶ୍ୟକ ଦୁରତ ବଜାୟ ରଖାଯିବ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆବଶୟକ ପରିମାଣରେ ହ୍ୟାଣ୍ଡ ସାନିଟାଇଜର,ସାବୁନ ରଖିବା ବାଧ୍ୟତାମୁଲକ କରାଯାଇଛି । ସ୍କୁଲ କତୃପକ୍ଷ ମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରିଙ୍କ ସହିତ ଯୋଗାଯୋଗରେ ରହିବେ । କୌଣଷି ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କଲେ ସେଠାରେ ତାଙ୍କର ଚିକିତ୍ସା କରାଯିବାକୁ ନିର୍ଦେଶ ରହିଛି ।

Leave A Reply

Your email address will not be published.