ଆଜିଠୁ ଶତପ୍ରତିଶତ କ୍ଷମତାରେ ମିିଳିବ ମେଟ୍ରୋ-ବସ୍ ସେବା

ନୂଆଦିଲ୍ଲୀ, ଜୁଲାଇ ୨୬ : ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ରବିବାର କୋଭିଡ-୧୯କୁ ଦୃଷ୍ଟିରେ ରଖି ଲାଗୁ ହୋଇଥିବା କିଛି କଟକଣାରେ ସାମାନ୍ୟ କୋହଳ କରିଛନ୍ତି । ଡିଟିସି ଓ କ୍ଲଷ୍ଟର ବସ୍ ଏବଂ ମେଟ୍ରୋକୁ ୧୦୦ ପ୍ରତିଶତ ସିଟିଂ କ୍ଷମତାରେ ପରିଚାଳନା କରିବାକୁ ଅନୁମତି ଦେଇଛନ୍ତି । ଏହାକୁ ନେଇ ଅନେକ ଅପପ୍ରଚାର ହେଉଥିଲା । କିନ୍ତୁ ଡିଏମଆରସି ଏବଂ ଡିଟସିର ଅଧିକାରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଏହି ରିହାତିର ଅର୍ଥ ନୁହେଁ ଯେ, ମେଟ୍ରୋ ଟ୍ରେନ୍ ଏବଂ ବସ୍‌ରେ ପୂର୍ବଭଳି ଯାତ୍ରୀ ଯାଇପାରିବେ । ଯାତ୍ରୀଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ ।  ଦେଶରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ସ୍ୱାଭାବିକ ଅବସ୍ଥାକୁ ଆସିବା ପରେ କାର୍ଯ୍ୟାଳୟ ଗୁଡ଼ିକ ଆରମ୍ଭ ହୋଇଯାଇଛି । କୋଭିଡର ନୂଆ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ବସରେ ଯାତ୍ରୀମାନଙ୍କୁ କୋଭିଡ-୧୯ କଟକଣା ସହିତ ଯାତ୍ରା କରିବାକୁ ପଡ଼ିବ । ମେଟ୍ରୋରେ ଯେତିକି ଯାତ୍ରୀ ସିଟରେ ବସିଥାନ୍ତି, ତାଠାରୁ ୨ ଗୁଡ଼ ଛିଡ଼ା ହୋଇକି ଯାଇଥାନ୍ତି । ତେଣୁ ଏଭଳି କ୍ଷେତ୍ରରେ ଯାତ୍ରୀମାନଙ୍କୁ ଅସୁବିଧା ହେବ । କାରଣ ମେଟ୍ରୋ ଷ୍ଟେସନରେ ଅତିରିକ୍ତ ଗେଟ ଖୋଲାଯିବ ନାହିଁ । ଦିଲ୍ଲୀ ସରକାର କହିଛନ୍ତି ଯେ, ବିବାହ ସମାରୋହରେ ଏବେ ୧୦୦ ଜଣ ଲୋକ ସାମିଲ ହୋଇପାରିବେ । ସେହିଭଳି ଅନ୍ତିମ ସଂସ୍କାର କାର୍ଯ୍ୟରେ ମଧ୍ୟ ୧୦୦ ଲୋକ ରହିପାରିବେ । ସପିଂ ମଲ, ସିନେମା ହଲ ଓ ମଲ୍ଟିପ୍ଲେକ୍ସ ଗୁଡ଼ିକ କରୋନା କଟକଣା ମାନି ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବ । 

Leave A Reply

Your email address will not be published.