ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁୁରୁଷ ହକି ଟିମର ୨ୟ ବିଜୟ, ୩-୦ରେ ହାରିଲା ସ୍ପେନ

ଟୋକିଓ, ଜୁଲାଇ ୨୭ : ଟୋକିଓ ଅଲିମ୍ପିକ୍ସ-୨୦୨୦ର ୫ମ ଦିନରେ ଭାରତୀୟ ପୁରୁଷ ହକି ଟିମ୍ ୨ୟ ବିଜୟ ହାସଲ କରିଛି । ଭାରତୀୟ ଟିମ ପୁଲ-୧ରେ ନିଜର ୩ୟ ମ୍ୟାଚରେ ସ୍ପେନକୁ ୩-୦ରେ ପରାସ୍ତ କରିଛି । ଭାରତ ପକ୍ଷରୁ ରୁପିନ୍ଦର ପାଲ ସିଂହ ୨ଟି ଓ ସିମରନଜୀତ ସିଂହ ଗୋଟିଏ ଗୋଲ ଦେଇଛନ୍ତି । ଟିମ ଇଣ୍ଡିଆ ପୂର୍ବରୁ ନ୍ୟୁଜିଲାଣ୍ଡକୁ ନିଜର ପ୍ରଥମ ମ୍ୟାଚରେ ୩-୨ ଗୋଲରେ ପରାସ୍ତ କରିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୧-୭ରେ ପରାସ୍ତ ହୋଇଥିଲା ।  ସୁଟର ମନୁ ଭାସ୍କର ଓ ସୌରଭ ଚୌଧୁରୀଙ୍କ ଯୋଡ଼ି ଆରମ୍ଭରୁ ଭଳ ପ୍ରଦର୍ଶନ କରିଥିଲେ । ଏହି ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ମକ୍ଟଳର ଟିମର ଯୋଗ୍ୟତା ପର୍ଯ୍ୟାୟ ୨ୟ ରାଉଣ୍ଡରେ ପହଂଚିଥିଲେ । କିନ୍ତୁ ଏଠାରେ ସେମାନେ ନିଜର ଶେଷ୍ଠତା ପ୍ରଦର୍ଶନ କରିପାରି ନଥିଲେ ।  ସୌରଭ ପ୍ରଥମ ଷ୍ଟେଜରେ ୨୯୬ ଓ ମନୁ ୨୮୬ ସ୍କୋର ହାସଲ କରିଥିଲେ । ଶୀର୍ଷ-୮ ଟିମ ଯୋଗ୍ୟତାଅର୍ଜନ କରି ୨ୟ ଷ୍ଟେଜରେ ପହଂଚିଥିଲେ । ପ୍ରତ୍ୟେକ ସୁଟରଙ୍କୁ ସିରିଜରେ ୧୦ ସଟ ମାରିବାକୁ ସୁଯୋଗ ମିଳିଥିଲା । ଶୀର୍ଷ-୨ଟି ଟିମ ସ୍ୱର୍ଣ୍ଣପଦକ ପାଇଁ ଲଢ଼େଇ କରିବେ । ତୃତୀୟ ଓ ୪ର୍ଥ ଟିମ କାଂସ୍ୟ ପଦକ ପାଇଁ ଖେଳିବେ । ପ୍ରଥମ ଷ୍ଟେଜରେ ଶୀର୍ଷ ସ୍ଥାନରେ ଥିବା ମନୁ-ସୌରଭଙ୍କ ଜୋଡ଼ି ଦ୍ୱିତୀୟ ରାଉଣ୍ଡରେ ୭ ନମ୍ବର ସ୍ଥାନରେ ରହିଲେ । କିନ୍ତୁ ମେଡାଲ ରାଉଣ୍ଡ ପାଇଁ ୪ଟିକୁ ଯୋଗ୍ୟତା ମିଳିଛି ।

Leave A Reply

Your email address will not be published.