ଚୀନ ଟିକ୍‌ଟକ୍ ଷ୍ଟାର ସିଓ କ୍ୱିୟୁମେଇଙ୍କ ଅସ୍ୱାଭାବିକ ମୃତ୍ୟୁ

ବେଜିଂ, ଜୁଲାଇ ୨୭ : ଚୀନର ଜଣେ ଲୋକପ୍ରିୟ ଟିକ୍‌ଟକ୍ ଷ୍ଟାର ସିଓ କ୍ୱିୟୁମେଇଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସିଓ ୧୬୦ ଫୁଟ ଉଚ୍ଚରେ ରହି ଏକ କ୍ରେନ୍ ଉପରେ ରେକର୍ଡିଂ କରୁଥିଲେ । ଏହି ରେକର୍ଡିଂକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତେ ବୋଲି କୁହାଯାଉଛି ।  କୁହାଯାଉଛି ଯେ, ୨୩ ବର୍ଷୀୟ ଯୁବତୀ ଜଣକ କ୍ୟାମେରା ସମ୍ମୁଖରେ କହୁଥିଲେ । ସୁଟିଂ ସମୟରେ ସେ କ୍ରେନ୍‌ର କ୍ୟାବିନରେ ଥିଲେ । ତାଙ୍କର କ୍ୟାମେରା ହଠାତ ବ୍ଲର ହୋଇଯାଇଥିଲା । ଟିକ୍‌ଟକ ଷ୍ଟାରଙ୍କ ମୃତ୍ୟୁ ନେଇ ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ସେ ଭୁଲ ପଦକ୍ଷେପ ଯୋଗୁଁ ପ୍ରାଣ ହାରିଛନ୍ତି । ତାଙ୍କର ୨ଟି ସନ୍ତାନ ଥିବା ବେଳେ ଚୀନରେ ତାଙ୍କର ନୃତ୍ୟୁ ଭିଡିଓ ବହୁତ ଲୋକପ୍ରିୟ ହୋଇପାରିଛି । ଆଶ୍ଚର୍ଯ୍ୟର କଥା ଯେ, ସିଓ ଯେତେବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ତଳେ ପଡ଼ିଯାଇଥିଲେ, ସେହି ସମୟରେ ମଧ୍ୟ ହାତରେ ମୋବାଇଲ ଫୋନ ଥିଲା ।

Leave A Reply

Your email address will not be published.