ମହାରାଷ୍ଟ୍ରରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ନେଇଛନ୍ତି କରୋନା ଟିକାର ଉଭୟ ଡୋଜ୍

ମୁମ୍ବାଇ, ଜୁଲାଇ ୨୭ : ଆଜି ଭାରତରେ କରୋନା ଆକ୍ରାନ୍ତଙ୍କ ତୁନଳାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ହୋଇଛି । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୦ହଜାର ୮୧୧ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୪୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଏକ କୋଟିରୁ ଊର୍ଦ୍ଧ୍ୱ ଲୋକ କରୋନା ଟିକାର ଉଭୟ ଡୋଜ ନେଇସାରିଛନ୍ତି ।  ଜଣେ ଅଧିକାରୀ ସୋମବାର ଗଣମାଧ୍ୟମକୁ କହିଛନ୍ତି, ମହାରାଷ୍ଟ୍ରରେ କରୋନା ଟିକାର ଉଭୟ ଡୋଜ ନେଇସାରିଥିବା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ୬୪ ହଜାର ୩୦୮ । ସୋମବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ୩ ଲକ୍ଷ ୭୫ ହଜାର ୯୭୪ ଜଣଙ୍କୁ କରୋନା ଟିକା ଦିଆଯାଇଛି । ରାଜ୍ୟରେ ୩ କୋଟି ୧୬ ଲକ୍ଷ ଲୋକ କରୋନା ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି ।  କୋଭିଡ-୧୯ ମହାମାରୀ କାରଣରୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ପରେ ଅନେକ ରାଜ୍ୟରେ ସୋମବାର ଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଖୋଲି ଦିଆଯାଇଛି । ମାତ୍ର କୋଭିଡ ସଂକ୍ରମଣ ଉପରେ ଏବେବି ଲୋକଙ୍କର ସଂଦେହ ଥିବାରୁ ସୋମବାର ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିଲା । 

Leave A Reply

Your email address will not be published.