ଆସାମ-ମିଜୋରାମ ସୀମାରେ ସିଆରପିଏଫ ଯବାନ ମୁତୟନ, ହିଂସାରେ ୬ ଯବାନଙ୍କ ମୃତ୍ୟୁ

ଗୁଆହାଟୀ/ଆଇଜଲ, ଜୁଲାଇ ୨୭ : ଆସାମ ଏବଂ ମିଜୋରାମ ମଧ୍ୟରେ ସୀମା ବିବାଦର ସମାଧାନ ହୋଇପାରି ନାହିଁ । ଆସାମ ପୋଲିସର ୬ ଜଣ ଜବାନଙ୍କ ମୃତ୍ୟୁ ହୋଇଛି । ଜଣେ ଏସ୍‌ପିଙ୍କ ସମେତ ଏହି ଘଟଣାରେ ୮୦ ଜଣ ଲୋକ ଆହତ ହୋଇଛନ୍ତି । ଉଭୟ ପକ୍ଷ ଲାଗି ଜଣେ ଅନ୍ୟର ପୋଲିସକୁ ଘଟଣା ପାଇଁ ଦୋଷ ଦେଉଛନ୍ତି । ଏଥି ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରାଯାଇଛି । ଏହି ମାମଲାକୁ ନେଇ ଆସାମ ଓ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସର୍ବସାଧାରଣରେ କଥା କଟାକଟି ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ହିଂସା ପରେ ଉତ୍ତେଜନାସ୍ଥଳରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି । ସୀମାରେ ଲଗାତାର ହେଉଥିବା ଗୁଳିମାଡ଼ ମଧ୍ୟରେ ଜଂଗଲରେ ଉପସ୍ଥିତ ଆସାମ ପୋଲିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କଛାର ଏସ୍‌ପି ନିମ୍ବାଲକର ବୈଭବ ଚନ୍ଦ୍ରକାନ୍ତ ସମେତ ୮୦ ଜଣ ଲୋକ ଗୁଳିମାଡ଼ ଏବଂ ପଥରମାଡ଼ରେ ଆହତ ହୋଇଛନ୍ତି । ଏସ୍‌ପି ବୈଭବ ଚନ୍ଦ୍ରକାନ୍ତ ଆଇସିୟୁରେ ଭର୍ତ୍ତି ଅଛନ୍ତି । ବରିଷ୍ଠ ପୋଲିସ କହିଛନ୍ତି ଯେ, ଉଭୟ ରାଜ୍ୟର ଅଧିକାରୀମାନେ ଆଲୋଚନା କରୁଥିବା ବେଳେ ସୀମାରେ ଅତର୍କିତ ଭାବେ ଗୁଳିମାଡ଼ ହୋଇଛି । ହିଂସା ଘଟଣା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ।

Leave A Reply

Your email address will not be published.