ଭାରତକୁ ୪ ୱିକେଟ୍‌ରେ ପରାସ୍ତ କଲା ଶ୍ରୀଲଙ୍କା

କଲମ୍ବୋ, ଜୁଲାଇ ୨୯ : ଶ୍ରୀଲଙ୍କା ସ୍ଥାନୀୟ ପ୍ରେମଦାସା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ୨ୟ ଟି-୨୦ରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି । ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ୧-୧ରେ ପହଂଚିଛି । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମୁକାବିଲା ମଙ୍ଗଳବାର ଖେଳାଯିବାର ଥିଲା । କିନ୍ତୁ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବା ପରେ ମ୍ୟାଚ୍‌କୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖି ଦିଆଯାଇଥିଲା । ଭାରତ ଏହି ମ୍ୟାଚରେ ଦେବଦତ୍ତ ପଡ଼ିକ୍କଲ, ରିତୁରାଜ ଗାୟକୱାଡ, ନୀତୀଶ ରାଣା ଓ ଚେତନ ସକାର୍ରିାଙ୍କୁ ସୁଯୋଗ ଦେଇଥିଲା, ଯେଉଁମାନେ କି ଅନ୍ତର୍ଜାତୀୟ ଟି-୨୦ରେ ପଦାର୍ପଣ କରିଥିଲେ ।  ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଶ୍ରୀଲଙ୍କାର କଠିନ ପିଚ ଯୋଗୁଁ ଟିମ ଇଣ୍ଡିଆ ୫ ୱିକେଟ ବିନିମୟରେ ୧୩୨ ରନ୍‌ରେ ଅଟକିଯାଇଥିଲା । ଶ୍ରୀଲଙ୍କା ପାଇଁ ଧନଂଜୟ ଡି ସିଲଭା ୩୪ଟି ବଲ ଖେଳି ଅପରାଜିତ ୪୦ ରନ୍ କରିଥିଲେ । ସେହିପରି ମିନୋଦ ଭାନୁକା ୩୧ଟି ବଲ ଖେଳି ୩୬ ରନ୍ ଯୋଡ଼ିଥିଲେ । ଭାରତ ପାଇଁ କୁଲଦୀପ ଯାଦବ ୨ଟି ୱିକେଟ ନେଇଥିଲେ ।  ଉପଅଧିନାୟକ ଭୁବନେଶ୍ୱର କୁମାର ନିଜର ଶେଷ ଓବରରେ ୧୨ ରନ ଦେଇଥିଲେ । ଫଳରେ ଶ୍ରୀଲଙ୍କାକୁ ଶେଷ ଓଭରରେ ମ୍ୟାଚ ବିଜୟ ପାଇଁ ୮ ରନ୍‌ର ଆବଶ୍ୟକତା ଥିଲା । ନିଜର ପ୍ରଥମ ମ୍ୟାଚ ଖେଳିଥିବା ସକାରିଆଙ୍କ ପାଇଁ ଏହା ଅଟକାଇବା ସହଜ ନଥିଲା । ଭାରତୀୟ ଟିମ ପ୍ରେମଦାସା ଷ୍ଟାଡିୟମରେ ବୁଧବାର କେବଳ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ୪୨ଟି ବଲ ଡଟ୍ ଥିବା ବେଳେ ଅଧିନାୟକ ଶିଖର ଧାୱନ ୪୨ଟି ବଲ ଖେଳି ସର୍ବାଧିକ ୪୦ ରନ୍ ଯୋଡ଼ିଥିଲେ । 

Leave A Reply

Your email address will not be published.