ଜମ୍ମୁକଶ୍ମୀର-ହିମାଚଳ ସମେତ ଲଦ୍ଦାଖରେ ପ୍ରବଳ ବର୍ଷା, ଏଯାଏଁ ୧୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ଜୁଲାଇ ୨୯ : ଦକ୍ଷିଣ ପଶ୍ଚିମ ମୌସୁମୀ ଦେଶର ଅଧିକାଂଶ ରାଜ୍ୟରେ ଏବେ ସକ୍ରିୟ ରହିଛି । ହିମାଚଳ ପ୍ରଦେଶ ଓ ଉଭୟ କେନ୍ଦ୍ରଶାସିତ ରାଜ୍ୟ ଜମ୍ମୁ କଶ୍ମୀର ଏବଂ ଲଦ୍ଦାଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟାରେ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଦେଖାଯାଉଛି । ଏହି ତିନିରାଜ୍ୟରେ ଏକାଧିକ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଫଳ ବଗିଚାକୁ ବ୍ୟାପକ କ୍ଷତି ପହଂଚାଇଛି । ଏଥି ସହିତ ଉତ୍ତର ଭାରତର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ପଶ୍ଚିମ ମହାରାଷ୍ଟ୍ରରେ ବର୍ଷାର ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ବିଗତ ଦିନରେ ମୁସଲଧାରା ବର୍ଷା ହେବାରୁ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ମଧ୍ୟ ବର୍ଷା ହୋଇଛି । ଉତ୍ତର ପ୍ରଦେଶରେ ଏବେ ମୌସୁମୀ ସକ୍ରିୟ ରହିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।   

Leave A Reply

Your email address will not be published.