ଖୋର୍ଦ୍ଧାରେ ବ୍ୟବସାୟୀଙ୍କୁ ଗୁଳି ମାଡ଼ କରି ଲୁଟିନେଲେ ଟଙ୍କା

ଖୋର୍ଦ୍ଧା, ଜୁଲାଇ ୩୦ : ଦିନକୁ ଦିନ ରାଜ୍ୟରେ ବଢୁଛି ଅପରାଧ । ବିଶେଷ ଭାବରେ ଟଙ୍କା ଲୁଟ୍ ଭଳି ସବୁଦିନ ସାମ୍ନାକୁ ଆସୁଛି । ସମାନ ଭାବରେ ଖୋର୍ଦ୍ଧାରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଟଙ୍କା ଲୁଟ୍ ହୋଇଛି । ସୂଚନା ଅନୂସାରେ ଖୋର୍ଦ୍ଧା ବାଘମାରୀ ଅଞ୍ଚଳର ଜଣେ ବ୍ୟବସାୟୀ ନିଜ ଦୋକାନ ମନ୍ଦ କରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ କିଛି ଲୁଟେରା ଦୀର୍ଘ ସମୟ ପର୍ଯ୍ୟନ୍ତ ପିଛା କରି ଗୁଳି ମାଡ଼ କରି ଫେରାର ହୋଇ ଯାଇଛନ୍ତି । ବ୍ୟବସାୟୀ ଜଣଙ୍କ ନାମ ମନୋରଞ୍ଜନ ସାମନ୍ତରାୟ ବୋଲି ଜଣାପଡିଥିବା ବେଳେ ତାଙ୍କ ପାଖରୁ ପ୍ରାୟ ୭୦ ହଜାର ଲୁଟ୍ ହୋଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହାତ ବ୍ୟବସାୟୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇବା ସହିତ ଲୁଟେରାଙ୍କୁ ଧରିବା ପାଇଁ ଖୋଳତାଡ ଆରମ୍ଭ କରିଛି । ବର୍ତ୍ତମାନ ବ୍ୟବସାୟୀ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପ୍ରଥମେ ଖୋର୍ଦ୍ଧା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ମାତ୍ର ଆଜି ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.