ଆସିବ ବଡ଼ ଘୋଷଣା

ଭୁବନେଶ୍ୱର,ଜୁଲାଇ 31: ଆଜି ଅପରାହ୍ନ ୩ଟା ୩୦ରେ କରୋନା ସର୍ମ୍ପକୀତ ସୁଚନା ଦେବେ ଏସଆରସି ପ୍ରଦୀପ ଜେନା । ପୁର୍ବରୁ ଜାରୀ ହୋଇଥିବା କରୋନା କଟକଣା ଆଜି ସରିବାକୁ ଯାଉଥିବା ବେଳେ ଏନେଇ କରିପାରନ୍ତି କିଛି ବଡ଼ ଘୋଷଣା । ଜୁଲାଇ ମାସର କରୋନା ଗାଇଡ଼ଲାଇନ୍ ସରୁଥିବା ବେଳେ ଅଗଷ୍ଟ ମାସର କରୋନା ରୁପରେଖା କଣ ରହିବ ସେ ନେଇ ଓଡ଼ିଶାବାସୀଙ୍କୁ ସୁଚନା ଦେବେ । ଆସନ୍ତାକାଲି ଠାରୁ ରାଜ୍ୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା ଆଜି ୩ଟା ୩୦ରେ ଜଣାପଡ଼ିବା । ସୁଚନା ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ସାମ୍ୟକ ହ୍ରାସ ପାଇଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକରେ ଏହାର ଗତି ଅଧିକ ରହିଛି । ଲୋକମାନେ ବେପାରୁଆ ହୋଇ ବୁଲୁଥିବାରୁ କରୋନା ଭୂତାଣୁ କମିବା ବଦଳରେ ବଢିବାରେ ଲାଗିଛି । କିନ୍ତୁ ଅନ୍ୟ ପଟେ ଦେଖିବାକୁ କଲେ ଅନେକ ଜିଲ୍ଲା ଏବେ ରେଡ଼୍ ଜୋନ୍ ରୁ ଖସି ଆସି ଗ୍ରୀନ୍ ଜୋନ୍‌ରେ ଅଛି ଯାହା ସାଧାରଣ ପକ୍ଷେ ଏକ ଭଲ ଖବର । ତେବେ ଏହି ଖୋର୍ଦ୍ଧା ଓ କଟକରେ ଭୁତାଣୁ ଅଧିକ ଥିବାରୁ ଅନଲକ୍ ନହୋଇ ପାରେ ବୋଲି ଗତକାଲି ଡ଼ିଏମଇଟି  ସିବକେ ମହାନ୍ତି ସୁଚନା ଦେଇଥିଲେ । 

Leave A Reply

Your email address will not be published.