କ୍ୱାର୍ଟର ଫାଇନାଲରେ ଦୀପିକା କୁମାରୀ

ଟେକିଓ, ଜୁଲାଇ ୩୦ : ତୀରନ୍ଦାଜୀ ନେଇ ଭାରତୀୟମାନଙ୍କ ପାଇଁ ଭଲ ଖବର ଆସିଛି । ବିଶ୍ୱର ୧ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ ଋଷିଆ ଅଲିମ୍ପିକ୍ସ କମିଟିର ସେନିୟା ପେରୋଭାଙ୍କୁ ଶୁଟଅଫରେ ପରାସ୍ତକରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଦୀପିକା ୬-୫ରେ ଏହି ମୁକାବିଲା ଜିତିଛନ୍ତି । ଶୁଟଅଫରେ ସେନିୟା ୭ରେ ଲକ୍ଷ୍ୟ କରିପାରିଥିଲେ । ଦୀପିକାଙ୍କ ତୀର ୧୦ରେ ଲାଗିଥିଲା । ଦୀପିକା ପ୍ରଥମ ଏବଂ ତୃତୀୟ ସେଟ ଜିତିଥିବା ବେଳେ ସେନିୟା ୨ୟ ଓ ୫ମ ସେଟ ଜିତିଛନ୍ତି । ୪ର୍ଥ ସେଟ ସମାନ ଥିଲା । ଟୋକିଓ ଅଲିମ୍ପିକ୍ସର ଆଜି ହେଉଛି ଅଷ୍ଟମ ଦିନ । ଆଜିର ଦିନଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଆଜି ଭାରତକୁ ୩ ମହିଳା ଖେଳାଳି ୩ ମେଡାଲ ଦେବାର ଆଶା ରଖିଛନ୍ତି । ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀଙ୍କ ବ୍ୟତୀତ ଶୁଟର ମନୁ ଭାସ୍କର ଓ ବକ୍ସର ଲଭଲୀନା ବୋରଗୋହେନ କ୍ୱାର୍ଟରଫାଇନାଲ ମୁକାବିଲାରେ ଜିତିବା ପରେ ପଦକ ସୁନିଶ୍ଚିତ ହୋଇଯିବ । ଆଥଲେଟିକ୍ସରେ ଦୂତୀ ଚାନ୍ଦ ନିଜର ଅଭିଯାନ ଆରମ୍ଭ କରିବେ । 

Leave A Reply

Your email address will not be published.