ଡେଲ୍ଟା ଭ୍ୟାରିଆଣ୍ଟ: ପେଇଚିଙ୍ଗ ସହ ଚୀନର ୧୫ଟି ସହରରେ ବଢୁଛି କରୋନା ସଂକ୍ରମଣ

ବେଜିଂ, ଜୁଲାଇ ୩୧ : ଭାରତରେ କରୋନା ଭାଇରସ ସଂକ୍ରମଣର ୨ୟ ଲହର ଏବେ ବି ନିୟନ୍ତ୍ରଣକୁ ଆସିପାରି ନାହିଁ । ବିଦେଶରେ କରୋନା ଭାଇରସ ପୁଣି ଥରେ ଉପରମୁହାଁ ହୋଇଥିବା ଜଣାଯାଇଛି । ଆମେରିକାରେ ବିଗତ ୨୪ ଘଣ୍ଟାରେ ୯୦ ହଜାରରୁ ଅଧିକ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଚୀନରେ ଡେଲ୍ଟା ଭ୍ୟାରିଆଣ୍ଟ ଯୋଗୁଁ ପୁଣି ଥରେ ଲୋକେ କରୋନା ସଂକ୍ରମିତ ହେଉଛନ୍ତି । ଚୀନର ରାଜଧାନୀ ପେଇଚିଙ୍ଗ ସମେତ ୧୫ଟି ସହରରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ସରକାରୀ ମିଡିଆ ୨୦୧୯ ଡିସେମ୍ବରରେ ଉହାନ ସହରରେ ଭାଇରସର ପ୍ରକୋପ ଦେଖାଯିବା ପରଠାରୁ ସବୁଠାରୁ ବଡ଼ ଘରୋଇ ରୋଗ ବୋଲି ରିପୋର୍ଟ କରିଛି । କରୋନା ଭାଇରସ କେବଳ ଭାରତ ଓ ଚୀନରେ ବଢ଼ୁନାହିଁ । ବରଂ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ଘଡ଼ିସନ୍ଧିର ସମୟ ହୋଇଛି । ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୯ କୋଟି ୭୯ ଲକ୍ଷ ୫୧ ହଜାର ୭୫୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୨୩ ହଜାର ୧୪୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୮୮ ଲକ୍ଷ ୭୬ ହଜାର ୫୫୮ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୮ ଲକ୍ଷ ୫୨ ହଜାର ୪୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୭ହଜାର ୫୦୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Leave A Reply

Your email address will not be published.