ତିବତୀୟଙ୍କ ଲାଗି ଚୀନର ଆଦେଶ ଜାରି, ପିଏଲଏରେ ଭର୍ତ୍ତି ହୁଅନ୍ତୁ ପ୍ରତ୍ୟେକ ଘରର ଜଣେ ସଦସ୍ୟ

ବେଜିଂ, ଜୁଲାଇ ୩୧ : ଗତବର୍ଷ ଗଲୱାନରେ ଭାରତ ହାତରେ ପରାସ୍ତ ହୋଇଥିବା ଚୀନ ଏବେ ସିଧାସଳଖ ଲଢ଼େଇ ନକରି ଏକ ଭିନ୍ନ ଚକ୍ରାନ୍ତ କରୁଥିବା ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଭାରତ ସହିତ ଲଢ଼େଇ ଜାରି ରଖିବା ପାଇଁ ତିବତୀୟମାନଙ୍କୁ ଅସ୍ତ୍ର କରୁଛି ।  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନ ତିବତରେ ରହୁଥିବା ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ପିପୁଲ୍ସ ଳିବରେଶନ ଆର୍ମି (ପିଏଲଏ)ରେ ଭର୍ତ୍ତି କରିବାକୁ ଚାହୁଁଛି । ଏଥି ପାଇଁ ଆଦେଶ ମଧ୍ୟ ଜାରି କରିଛି । ଆଦେଶରେ କୁହାଯାଇଛି ଯେ, ତିବତୀୟ ପରିବାର ବାଧ୍ୟତାମୂଳକ ଭାବେ ସେମାନଙ୍କର ଜଣଙ୍କୁ ଚୀନ ସେନା ପାଇଁ ପଠାନ୍ତୁ । ଏହି ସୈନ୍ୟମାନଙ୍କୁ ତାଲିମ ଦିଆଯିବା ପରେ ଲଦ୍ଦାଖ, ଉତ୍ତରାଖଣ୍ଡ ଏବଂ ଅରୁଣାଚଳ ପ୍ରଦେଶର ତିବତ ସୀମାରେ ମୁତୟନ କରାଯିବ ।  ରିପୋର୍ଟ ଅନୁସାରେ ସେନାରେ ଭର୍ତ୍ତି ପୂର୍ବରୁ ତିବତୀୟଙ୍କ ଅନେକ ସ୍ତରରେ ପରୀକ୍ଷା ହେବ । ଏଥି ପାଇଁ ତିବତୀୟଙ୍କୁ ଚୀନର ମାଣ୍ଡାରିନ ଭାଷା ଶିଖିବାକୁ ପଡ଼ିବ । ସେମାନଙ୍କୁ ତିବତକୁ ଚୀନର ଏକ ଅଂଶବିଶେଷ ଭାବିବାକୁ ହେବ । ଏଥି ସହିତ ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ଉପରେ ସମସ୍ତ ବିଶ୍ୱାସକୁ ଛାଡ଼ିବାକୁ ପଡ଼ିବ ।  ସୂତ୍ର ଅନୁସାରେ ଏକାଧିକ କାରଣ ଲାଗି ଚୀନ ଏଭଳି ନିଷ୍ପତ୍ତି ନେଇଛି । ହିମାଳୟରେ ପ୍ରବଳ ଥଣ୍ଡା ଏବଂ କଠିଣ ଜଳବାୟୁ ଫଳରେ ପିଏଲଏ ସୈନିକ ଖାପଖୁଆଇ ପାରୁ ନାହାନ୍ତି । ତିବତୀୟ ଲୋକେ ଏହି ପାଗରେ ଖାପଖୁଆଇପାରୁଛନ୍ତି । କାରଣ ସେମାନେ ହେଉଛନ୍ତି ସ୍ଥାନୀୟ ନିବାସୀ । ଏମାନେ ସହଜରେ ଯେକୌଣସି ସ୍ଥାନକୁ ଚଢ଼ଯାଇପାରନ୍ତି । ଅନ୍ୟ କାରଣ ହେଲା ଚୀନ ଉପରେ ବଢୁଥିବା ଅନ୍ତର୍ଜାତୀୟ ଚାପକୁ ହ୍ରାସ କରିବା । ସେହିଭଳି ତିବତୀୟଙ୍କୁ ନିଜର ସେନାରେ ସାମିଲ କରି ଭାରତ ବିପକ୍ଷରେ ଲଢ଼େଇ କରିବା । 

Leave A Reply

Your email address will not be published.