ଆଜି ଓଡ଼ିଶାରୁ ୧୫୭୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଜୁଲାଇ 31 : 24 ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୫ଶହ ୭୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୯୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୬୩ । ଏହି ସମୟରେ ରାଜ୍ୟରେ ୭୨ହଜାର ୨୩୩ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୦୪ ପ୍ରତିଶତ ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୬ ସଂକ୍ରମିତ ବାହାରିଥିବା ବେଳେ କଟକରୁ ୨୧୨, ଜଗତସିଂହପୁରରୁ ୧୧୩ ଓ ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୯ ସଂକ୍ରମିତ । ବାକି ୨୬ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୮ ଜିଲ୍ଲାରେ ୧୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୭୭ହଜାର ୨୬୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୫୪ହଜାର ୯୨୯ । ଏବେ ରାଜ୍ୟରେ ୧୬ହଜାର ୩୮୪ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.