ତୀରନ୍ଦାଜୀରୁ ଭାରତର ପଦକ ସ୍ୱପ୍ନ ଶେଷ, ନିରାଶ କଲେ ଅତନୁ, ହାରିଲେ ବକ୍ସର ଅମିତ

ଟୋକିଓ, ଜୁଲାଇ ୩୧ : ତୀରନ୍ଦାଜୀରେ ଭାରତର ପଦକ ସ୍ୱପ୍ନ ପୂରା ହୋଇପାରିଲା ନାହିଁ । ଭାରତର ଅତନୁ ଦାସ ପ୍ରତିଯୋଗିତାରେ ହାରି ଯାଇଛନ୍ତି । ଏଥି ସହିତ ଟୋକିଓ ଅଲିମ୍ପିକ୍ସର ୯ମ ଦିନର ଆରମ୍ଭରୁ ଭାରତ ପାଇଁ ଭଲ ଖବର ଆସିନାହିଁ । ଅତନୁଙ୍କ ବ୍ୟତୀତ ବକ୍ସର ଅମିତ ପଙ୍ଘଲ ମଧ୍ୟ ହାରି ଯାଇଛନ୍ତି । ଅତନୁ ଏବଂ ଅମିତ ପ୍ରି-କ୍ୱାର୍ଟର ଫାଇନାଲରେ ହାରିଯାଇଛନ୍ତି । ଏବେ ଭାରତର ନଜର ବକ୍ସର ପୂଜା ରାଣୀଙ୍କ ଉପରେ ରହିବ । ସେ କ୍ୱାର୍ଟର ଫାଇନାଲରେ ଜିତିଲେ ପଦକ ସୁନିଶ୍ଚିତ ହେବ । ଏହା ବ୍ୟତୀତ ପିଭି ସିନ୍ଧୁ ଆଜି ଅପରାହ୍ନରେ ସେମିଫାଇନାଲ ମୁକାବିଲା କରିବେ । ଅପରାହ୍ନ ୩ଟା ୨୦ରେ ଚୀନ ପ୍ରତିଦ୍ୱନ୍ଦ୍ୱୀ ତାଇ ତୁଜ ୟିଙ୍ଗଙ୍କ ସହିତ ଲଢ଼ିବେ ପିଭି ସିନ୍ଧୁ ।  ସକାଳ ୮ଟା ୪୫ରେ ଭାରତୀୟ ମହିଳା ହକି ଟିମ ପୁଲ-ଏ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

Leave A Reply

Your email address will not be published.