ଅଗଷ୍ଟ ୬ରେ କେଜ୍ରିୱାଲ କରିବେ ମେଟ୍ରୋ ପ୍ରକଳ୍ପର ଉଦଘାଟନ

ନୂଆଦିଲ୍ଳୀ, ଅଗଷ୍ଟ ୦୨ : ଆସନ୍ତା ୬ ତାରିଖରେ ଦିଲ୍ଲୀବାସୀଙ୍କୁ ବଡ଼ ଉପହାର ମିଳିବାକୁ ଯାଉଛି । ଗ୍ରେ ଲାଇନର ନଜଫଗଡ଼-ଢାସ ବସ ଷ୍ଟାଣ୍ଡ ଏବଂ ପିଙ୍କ ଲାଇନର ତ୍ରିଲୋକପୁରୀ-ମୟୂରବିହାର ପାକେଟ କରିଡରରେ ମେଟ୍ରୋ ଟ୍ରେନ୍ ଗଡ଼ିବ । ଏହି ୨ ପ୍ରକଳ୍ପକୁ କେନ୍ଦ୍ରୀୟ ଆବାସ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଉଦଘାଟନ କରାଯିବ । କରୋନା ସଂକ୍ରମଣ ଯୋଗୁଁ ଭୁର୍ଚୁଆଲ ମାଧ୍ୟମରେ ଏହି ଉଦଘାଟନ ସମାରୋହ ହେବ ।  ଡିଏମଆରସି ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଉଦଘାଟନ ସମାରୋହ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବ । କିନ୍ତୁ ଯାତ୍ରୀଙ୍କୁ ମେଟ୍ରୋ ସେବା ସେହିଦିନ ଅପରାହ୍ନ ୩ଟାରୁ ମିଳିବ । ଏହି ସେବା ପାଇବା ପାଇଁ ଦିଲ୍ଲୀବାସୀଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହି ପ୍ରକଳ୍ପ ଉଦଘାଟନ ହୋଇଯିବା ପରେ ଦିଲ୍ଲୀ ମେଟ୍ରୋଟ୍ରେନ ଅଧିକ ସଂପ୍ରସାରଣ ହୋଇଯିବ । ଏବେ ଦିଲ୍ଲୀ ମେଟ୍ରୋର ନେଟୱାର୍କରେ ୨୮୬ଟି ଷ୍ଟେସନ ରହିଛି । ମୋଟ ୩୯୦ କିଲୋମିଟର ଲମ୍ବ । 

Leave A Reply

Your email address will not be published.