ଭାରତ-ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଆଉ ଏକ ପଦକ୍ଷେପ

ନୂଆଦିଲ୍ଳୀ, ଅଗଷ୍ଟ ୦୨ : ଭାରତୀୟ ସେନା ଓ ଚୀନ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ କୌଣସି ପ୍ରକାରର ଉତ୍ତେଜନାରୁ ବର୍ତ୍ତିବା ଳାଗି ରବିବାର ଉତ୍ତର ସିକ୍କିମ ଅଂଚଳରେ ଏକ ହଟଲାଇନ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । ଭାରତୀୟ ସେନା ଏକ ବୟାନରେ କହିଛି ଯେ, ସୀମାରେ ବିଶ୍ୱାସ ଏବଂ ସୌହାଦ୍ଦ୍ୟପୂର୍ଣ୍ଣ ସଂପର୍କକୁ ମଜବୁତ କରିବା ପାଇଁ ଉତ୍ତର ସିକ୍କିମର କୋଙ୍ଗରା ଲା ରେ ଭାରତୀୟ ସେନା ଏବଂ ତିବତୀ ସ୍ୱାୟତ୍ତ କ୍ଷେତ୍ରର ଖମ୍ବା ଜୋଙ୍ଗରେ ଚୀନ ସେନା ପିଏଲଏ ମଧ୍ୟରେ ଏହି ହଟଲାଇନ ସ୍ଥାପିତ କରାଯାଇଛି । ଏହି ଆୟୋଜନ ୨୦୨୧ ଅଗଷ୍ଟ ୧ ତାରିଖରେ ପିଏଲଏ ଦିବସ ସହିତ ହୋଇଛି । ୧୯୨୭ ମସିହା ଅଗଷ୍ଟ ୧ ତାରିଖରେ ପିଏଲଏ ପ୍ରତିଷ୍ଠା ହୋଇଥିଲା । ଏହା ଉଭୟ ଦେଶ ମଧ୍ୟରେ ୬ଷ୍ଠ ହଟଲାଇନ । ଭାରତୀୟ ସେନା କହିଛି ଯେ, ଉଭୟ ଦେଶର ସଶସ୍ତ୍ର ବଳ ପାଖରେ ତୃତମୂଳ ସ୍ତରରେ କମାଣ୍ଡର ସ୍ତର ଉପରେ ସଂଚାର ଲାଗି ଏହା ସୁବିଧା ହେବ । ଉଦ୍‌ଘାଟନରେ ସମ୍ବନ୍ଧିତ ସେନାରୁ ଗ୍ରାଉଣ୍ଡ କମାଣ୍ଡର ଭାଗ ନେଇଥିଲେ । ହଟଲାଇନର ମାଧ୍ୟମରେ ବନ୍ଧୁତ୍ୱପୂର୍ଣ୍ଣ ଆଦାନ-ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.