ମଧ୍ୟପ୍ରଦେଶରେ ଘର ଭୁଶୁଡ଼ି ୪ ଶିଶୁଙ୍କ ସମେତ ୬ ମୃତ

ନୂଆଦିଲ୍ଳୀ, ଜୁଲାଇ ୦୨ : ମଧ୍ୟପ୍ରଦେଶରେ ରବିବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଘର ଭୁଶୁଡ଼ିଥିବାରୁ ୪ ଜଣ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨ଟି ଘର ଭୁଶୁଡ଼ିପଡ଼ିବାରୁ ରିୱା ଓ ସିଙ୍ଗରୁଲି ଜିଲ୍ଲାରେ ଏହି ଘଟଣା ଘଟିଛି ।  ରିୱା ଜିଲ୍ଲାରେ ରବିବାର ପାଖାପାଖି ୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସତନା ଜିଲ୍ଲାର ପତୋଡା ଗାଁରେ ଜଣେ ବ୍ୟକ୍ତି ନାଳରେ ଗାଧୋଉଥିବା ବେଳେ ଭାସିଯାଇଛନ୍ତି । ମଧ୍ୟପ୍ରଦେଶର ୧୦ ଜିଲ୍ଲାକୁ ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ।  ରାଜସ୍ଥାନର କିଛି ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ଜଳଭର୍ତ୍ତି ହୋଇଛି । ଫଳରେ ବନ୍ୟା ଭଳି ସ୍ଥିତି ଉପୁଜିଛି । ବର୍ଷା ଜଳ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଗଂଗା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଗଂଗା ନଦୀର ଉଭୟ ପାଶ୍ୱର୍ରେ ବନ୍ୟାସ୍ଥିତି ଉପୁଜିଛି । 

Leave A Reply

Your email address will not be published.