ବିଶ୍ୱରେ କରୋନା: ୧୯.୮୯ କୋଟି ଆକ୍ରାନ୍ତ, ୧୭.୯୫ କୋଟି ଲୋକ ସୁସ୍ଥ

ନୂଆଦିଲ୍ଲୀ, ଅଗଷ୍ଟ ୦୨ : କରୋନା ଭାଇରସ ସଂକ୍ରମଣ ବିଶ୍ୱବାସୀଙ୍କର ଚିନ୍ତା ବଢ଼ାଇଛି । ପୁଣି ଥରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଇଛି । ନିୟନ୍ତ୍ରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦେଶରେ ଉଦ୍ୟମ ହେଉଛି । ମାତ୍ର ଆଶାନୁରୂପକ ସଫଳତା ମିଳିପାରୁ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪ ଲକ୍ଷ ୬୧ ହଜାର ୨୪୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୧୭୩ ଜଣ ଲୋକଙ୍କର ମୃତୁ୍ୟ ଘଟିଛି ।  ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୮୯ ଲକ୍ଷ ୭୦ ହଜାର ୩୩୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୩୯ ହଜାର ୬୨୧ ଜଣ ଲୋକଙ୍କର ମୃତୁ୍ୟ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୯୫ ଲକ୍ଷ ୯୩ ହଜାର ୯୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୫୧ ଲକ୍ଷ ୩୬ ହଜାର ୭୯୧ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୦ହଜାର ୨୧୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୭ ଲକ୍ଷ ୬୭ ହଜାର ୧୨୬କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୯ ହଜାର ୩୮୦ ଜଣଙ୍କର ମୃତୁ୍ୟ ହୋଇଛି । ମୋଟ ୨ କୋଟି ୯୬ ଲକ୍ଷ ୭୩ ହଜାର ୨୯୦ ଲୋକ ସୁସ୍ଥ ହୋଇଥିବା ବେଳେ ୫୪ ଲକ୍ଷ ୬୪ ହଜାର ୪୫୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୧ ହଜାର ୪୫୫ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.