ନିଜ ଦେଶକୁ ଫେରିଲେ ଜେଲରେ ଭର୍ତ୍ତି କରିଦେବେ

ଟୋକିଓ, ଅଗଷ୍ଟ ୦୩ : ଟୋକିଓ ଅଲିମ୍ପିକ୍ସର ଜଣେ ଖେଳାଳିଙ୍କୁ ସ୍ୱଦେଶ ଫେରିବାକୁ ଭୟ ହୋଇଛି । ବେଲାରୁସର ଧାବିକା ଖ୍ରୀଷ୍ଟିନା ତିସମାନୁସକାୟାଙ୍କ କହିବା ଅନୁସାରେ ସେ ଯଦି ଘରକୁ ଯିବେ, ତାହେଲେ ପ୍ରଥମେ ତାଙ୍କୁ ଜେଲରେ ଭର୍ତ୍ତି କରାଯିବ । ଖ୍ରୀଷ୍ଟିନାରର ଦେଶର ଅଲିମ୍ପିକ୍ସ କମିଟି ତାଙ୍କୁ ଏୟାରପୋର୍ଟରୁ ବେଲାରୁସ ଫେରାଇ ନେବାକୁ ଉଦ୍ୟମ କରିଛି, ଯାହାକୁ କି ଏହି ଆଥଲେଟିକର ପ୍ରଶଂସକମାନେ ଅପହରଣ କରାଯାଇଥିବା କଥା କହୁଛନ୍ତି ।  ଖ୍ରୀଷ୍ଟିନା ଜାପାନର ବିମାନବନ୍ଦର ପୋଲିସଙ୍କୁ କହିଛନ୍ତି ଯେ, ତାଙ୍କୁ ବେଲାରୁସ ପଠାନଯାଉ । ଏହା ପରେ ଜାପାନ ପୋଲିସ ତାଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଛି । ଖ୍ରୀଷ୍ଟିନା କହିଛନ୍ତି ଯେ, ତାଙ୍କୁ ବେଲାରୁସ ଅଲିମ୍ପିକ୍ସ ଅଧିକାରୀମାନେ କହିଥିଲେ ଯେ, ମୋର ଫେରିବା କିଛି ସମୟ ରହିଛି ଏବଂ ମୋର ବ୍ୟାଗ ପ୍ୟାକ କରି ବେଲାରୁସ  ଫେରିଯିବାର ଅଛି ।  ଖ୍ରୀଷ୍ଟିନା ଜଣେ ୨୦୦ ମିଟର ଧାବିକା । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ କି ଅଭିଯୋଗ କରିଥିଲେ ଯେ, ତାଙ୍କୁ ୪୦୦ ମିଟର ରିଲେ ଟିମରେ ଯୋଗଦେବାକୁ ବଳପୂର୍ବକ ଚାପ ପ୍ରୟୋଗ କରାଯାଉଥିଲା । ସେ କହିଛନ୍ତି ଯେ, ଏହି ଖେଳରେ ତାଙ୍କର ଅଭିଜ୍ଞତା ନାହିଁ । ତଥାପି ଚାପ ପ୍ରୟୋଗ କରାଯାଉଥିଲା । 

Leave A Reply

Your email address will not be published.