ମୟଙ୍କ ଆହତ ହେବା ପରେ ଏହି ଖେଳାଳିଙ୍କ ହୋଇପାରେ ପ୍ରବେଶ

ନୂଆଦିଲ୍ଳୀ, ଅଗଷ୍ଟ ୦୩ : ଭାରତୀୟ ଟିମ୍‌କୁ ଅଗଷ୍ଟ ୪ ତାରିଖ ଠାରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଖେଳିବାର ଅଛି । ଶୁଭମନ ଗିଲଙ୍କ ପରେ ଆହତ ହୋଇ ମୟଙ୍କ ଅଗ୍ରୱାଲ ପୂର୍ବରୁ ଟେଷ୍ଟ ଶୃଙ୍ଖଳାରୁ ବାହାରି ଯାଇଛନ୍ତି । ଫଳରେ ରୋହିତ ଶର୍ମାଙ୍କ ସହିତ କିଏ ଓପନିଂ କରିବେ, ସେନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । କେଏଲ୍ ରାହୁଲ ଟିମ୍ ଇଣ୍ଡିଆ ସହିତ ଇଂଲଣ୍ଡରେ ଅଛନ୍ତି । ତେଣୁ ପ୍ରଥମ ଟେଷ୍ଟରେ ସୁଯୋଗ ମିଳିଲେ ରାହୁଲ ଓପନିଂଗ କରିପାରନ୍ତି ।  ଭାରତର ଯୁବ କ୍ରିକେଟର କେଏଲ ରାହୁଲ ମଧ୍ୟ ଏବେ ଭଲ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ମ୍ୟାଚରେ ଶତକ (୧୦୧ ରନ୍‌) ହାସଲ କରିଛନ୍ତି । କେଏଲ ରାହୁଲ ୧୫୦ଟି ବଲ ଖେଳି ୧୧ଟି ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି । କେଏଲ୍ ରାହୁଲ ନିଜର ଅନ୍ତିମ ଟେଷ୍ଟ ମ୍ୟାଚ ୨୦୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ଏବେ ସେ ଭଲ ଫର୍ମରେ ଥିବାରୁ ଖେଳିବାର ଆଶା ଅଧିକ ଦେଖାଯାଇଛି ।  ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରେ ଏବେ ଭାରତୀୟ ଟିମକୁ ଅଗଷ୍ଟ-ସେପଟେମ୍ବରରେ ୫ଟି ଟେଷ୍ଟ ଖେଳିବାକୁ ହେବ । ଅଗଷ୍ଟ ୪ରୁ ୮ ମଧ୍ୟରେ ନଟିଂହାମରେ ପ୍ରଥମ ଟେଷ୍ଟ, ୧୨ରୁ ୧୬ ଲଡର୍ସରେ ୨ୟ, ଲିଡ୍‌ସରେ ୨୫ରୁ ୨୯ ମଧ୍ୟରେ ୩ୟ, ସେପଟେମ୍ବର ୨ରୁ ୬ ଲଣ୍ଡନରେ ୪ର୍ଥ ଏବଂ ଶେଷ ମ୍ୟାଚ ମଂଚେଷ୍ଟରରେ ଖେଳାଯିବ ।

Leave A Reply

Your email address will not be published.