ଦେଶରେ ୩ୟ ଲହରର ପିକ ସମୟରେ ୬୦ରୁ ୬୫ ହଜାର ଆସିବ ଦୈନିକ କୋଭିଡ ପଜିଟିଭ

କାନପୁର, ଅଗଷ୍ଟ ୦୩ : ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ କହିଛନ୍ତି, କୋଭିଡର ୩ୟ ଲହର ସଂପର୍କରେ ଏକ ମାସ ପୂର୍ବରୁ କରାଯାଇଥିବା ଆକଳନରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ । ଅଗଷ୍ଟ ମାସର ମଧ୍ୟ ଭାଗରେ ସମସ୍ତ କଟକଣା କୋହଳ କରିଦିଆ ଗଲେ ଅକ୍ଟୋବର-ନଭେମ୍ବରରେ କରୋନାର ୩ୟ ଲହର ପିକ ସ୍ତରରେ ପହଂଚିପାରେ । ଭାଇରସ ଯଦି ରୂପ ପରିବର୍ତ୍ତନ ନ କରୁଛି, ତା’ହେଲେ ସେହି ସମୟରେ ଦୈନିକ ସଂକ୍ରମଣ ୬୦ରୁ ୬୫ ହଜାର ହୋଇପାରେ । ଅନ୍ୟପଟରେ କେରଳରେ ଲକଡାଉନ କଟକଣା କୋହଳ କରାଗଲେ ଅଗଷ୍ଟ ମଧ୍ୟ ଭାଗରେ ଦୈନିକ ସଂକ୍ରମଣ ୨୫ ହଜାର ପଜିଟିଭ ସହିତ ପିକ୍‌ରେ ପହଂଚିବ ।  ନିଜର ଗଣିତୀୟ ମଡେଲରୁ ମହାମାରୀ ସଂପର୍କରେ ସଠିକ ଆକଳନ କରିଥିବା ପ୍ରଫେସର ଅଗ୍ରୱାଲ କହିଛନ୍ତି ଯେ, ସେ ନିକଟରେ କୌଣସି ଭବିଷ୍ୟତବାଣୀ କରିନାହାନ୍ତି । ଅନେକ ରାଜ୍ୟରେ କରୋନା ସ୍ଥିତିରେ ସଂଶୋଧନ ଆସିଛି । ଏହାରି ମଧ୍ୟରେ କଟକଣା କୋହଳ କରାଯାଇଛି । ସାମାଜିକ ମେଳା-ମହୋତ୍ସବ ପୁଣି ଥରେ ଆରମ୍ଭ ହୋଇଯାଇଛି । ଅଗଷ୍ଟ ମଧ୍ୟ ଭାବରେ ସମସ୍ତ କଟକଣା ଯଦି ହଟିଯାଏ, ତା’ହେଲେ ସଂକ୍ରମଣ ବଢ଼ିପାରେ । ଫଳରେ ଅକ୍ଟୋବର-ନଭେମ୍ବର ପର୍ଯ୍ୟନ୍ତ ୩ୟ ଲହରର ପିକ ହୋଇଯିବ । କିନ୍ତୁ ଏହା ବେଶୀ ଦିନ ପର୍ଯ୍ୟନ୍ତ ରହିବ ନାହିଁ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.