ଜମ୍ମୁ କଶ୍ମୀର ପୋଲିସର ଖୁଲାସା, ଜାରି କଲା ୧୦ କୁଖ୍ୟାତ ଆତଙ୍କବାଦୀଙ୍କ ତାଲିକା

ଶ୍ରୀନଗର, ଅଗଷ୍ଟ ୦୩ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରରୁ ଆତଙ୍କବାଦୀର ମୂଳୋତ୍ପାଟନ କରିବା ଲାଗି ସୁରକ୍ଷାବାହିନୀର ଯବାନମାନେ ଲଗାତାର ଅପରେଶନ କରୁଛନ୍ତି । ଏହି ଅପରେଶନ ବଳରେ ଘାଟିରେ ଅନେକ ସମୟରେ ଆତଙ୍କବାଦୀମାନେ ନିହତ ହେଉଛନ୍ତି । ଏହାରି ମଧ୍ୟରେ ଜମ୍ମୁ କଶ୍ମୀର ପୋଲିସ ୧୦ ଜଣ କୁଖ୍ୟାତ ଆତଙ୍କବାଦୀଙ୍କର ତାଲିକା ଜାରି କରିଛି । ପୋଲିସ ଯେଉଁମାନଙ୍କର ତାଲିକା ଜାରି କରିଛି, ସେମାନେ ଘାଟିରେ ଆତଙ୍କରାଜ କରୁଥିଲେ । ଲୋକଙ୍କୁ ଭୟ କରାଇ ସାଧାରଣ ଧନ-ଜୀବନ ଉପରେ ପ୍ରଭାବ ପକାଉଥିଲେ ।  କଶ୍ମୀର ଆଇଜି ବିଜୟ କୁମାର ଯେଉଁ ୧୦ କୁଖ୍ୟାତ ଆତଙ୍କବାଦୀର ତାଲିକା ଜାରି କରିଛନ୍ତି, ସେଥିରେ କିଛି ପୁରୁଣା ନାମ ଯୋଡ଼ିହୋଇଛି । ତାଲିକାରେ ଜୈଶ-ଏ-ମହମ୍ମଦ, ଲଶ୍କର-ଏ-ତୈବା, ହିଜବୁଲ ମୁଜାହିଦୀନ ଏବଂ ଅଲ ବଦ୍ରର କୁଖ୍ୟାତ ଆତଙ୍କବାଦୀ ସାମିଲ ହୋଇଛନ୍ତି ।  ଜମ୍ମୁ କଶ୍ମୀର ପୋଲିସର ଏହି ତାଲିକାେରେ ପୁରୁଣା ଆତଙ୍କବାଦୀରୁ ସଲୀମ ପର୍ରେ, ୟୁସୁଫ କାଣ୍ଟ୍ରୋ, ଅବାସ ଶେଖ, ରେୟାଜ ଶେଟରଗୁଣ୍ଡ, ଫାରୁକ ନାଲୀ, ଜୁବେର ୱାନୀ ଓ ଅଶରଫ ମୋଲବୀ ଅଛନ୍ତି । ଏହି ତାଲିକାରେ ସାକିବ ମଂଜୁର, ଉମର ମୁସ୍ତାକ ଖାଣ୍ଡେ ଏବଂ ଓକିଲ ଶାହଙ୍କ ନୂଆ ନାଁ ଯୋଡ଼ି ହୋଇଯାଇଛି । 

Leave A Reply

Your email address will not be published.