ଆଜି ସେମିଫାଇନାଲ୍‌ରେ ଭାରତୀୟ ପୁରୁଷ ହକି ଟିମ୍ କରିବ ଲଢ଼େଇ

ଟୋକିଓ, ଅଗଷ୍ଟ ୦୩ : ଆଜିର ଦିନଟି ଭାରତୀୟ ହକି ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ । ୪୧ ବର୍ଷ ପରେ ପୁରୁଷ ହକି ଟିମ୍ ପାଖରେ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ଆସିଛି । ଭାରତୀୟ ଟିମ୍ ଆଜି ପୂର୍ବାହ୍ନ ସାଢ଼େ ୭ଟାରେ ବିଶ୍ୱ ଚମ୍ପିଅନ୍ ବେଲଜିୟମ୍‌କୁ ମୁକାବିଲା କରିବ । ଗତ ୧ ତାରିଖରେ ପୁରୁଷ ଟିମ୍ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ୩-୧ରେ ପରାସ୍ତ କରିଥିଲା ।  ଏହା ବ୍ୟତୀତ ଆଜିର ଦିନ କୁସ୍ତିରୁ ଆରମ୍ଭ ହେଇଛି । ମହିଳା ଜାଭଲିନ ଥ୍ରୋରେ ଅନୁରାଣୀ ଗ୍ରୁପ-ଏ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିଛନ୍ତି । ସେହିଭଳି ପୂର୍ବାହ୍ନ ୯ଟା ୧୫ରେ ମହିଳା ଫ୍ରିଷ୍ଟାଇଲ ୬୨କିଲୋରେ ସୋନମ ମଲ୍ଲିକ ମୋଙ୍ଗଲିଆର ବୋଲୋରଟୁଆ ଖୁରେଲଖୁଙ୍କୁ ଭେଟିବେ । ଆଜି ଅପରାହ୍ନ ୩ଟା ୪୫ରେ ଗ୍ରୁଏ-ଏ ତେଜିନ୍ଦର ସିଂହ ଟୋର ଆଟଲେଟିକ୍ ପାଇଁ ପଡ଼ିଆକୁ ଓହ୍ଲାଇବେ । 

Leave A Reply

Your email address will not be published.